Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସୋଆ ପକ୍ଷରୁ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

Yuva Samay 1 month ago

Share this article:

ଭୁବନେଶ୍ୱର, ଜୁଲାଇ ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍)ର ଏନ୍ଏସ୍ଏସ୍ ଶାଖା ଓ ରୋଟାରୀ କ୍ଲବ, ଭୁବନେଶ୍ଵର ପକ୍ଷରୁ ଶନିବାର ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ଉପକଣ୍ଠ ଛତାବର ସ୍ଥିତ ସୋଆର କୃଷି ଓ ପଶୁପାଳନ ଫାର୍ମ ପରିସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ପରିବେଶକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ଦ୍ଵାରା ପରିବେଶ ସନ୍ତୁଳିତ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କହିଥିଲେ ଯେ ସୋଆର ସବୁ କ୍ୟାମ୍ପସ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ଶନିବାର ଛତାବର ଫାର୍ମରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗୁଆ, ତାଳ, ନଡ଼ିଆ, କଦମ୍ବ, ଚମ୍ପା, ବଉଳ, କୃଷ୍ଣଚୁଡ଼ା, ପାତାଳି, ଫାସି, ରାଧାଚୂଡ଼ା, ରକ୍ତଚନ୍ଦନ ଓ ଅଶୋକ ଭଳି ବିଭିନ୍ନ ପ୍ରକାରର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ପ୍ରଫେସର ରାଉତ ସୂଚନା ଦେଇଥିଲେ ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ, ଏନ୍ଏସ୍ଏସ୍ ଶାଖାର ସଂଯୋଜକ ପ୍ରଫେସର କମଳ ଲୋଚନ ମହନ୍ତ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆ କୃଷି ଓ ପଶୁପାଳନ ଫାର୍ମର ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତିଙ୍କ ସମେତ ସୋଆର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍ ସେଚ୍ଛାସେବୀ ଏବଂ ରୋଟାରୀ କ୍ଲବ, ଭୁବନେଶ୍ଵରର ସଦସ୍ୟମାନେ ଉପସ୍ଥିତ ରହି ଏହି ମହତ କାର୍ଯ୍ୟରେ ସହଯୋଗ କରିଥିଲେ ।


About the Author


Author View All Posts


Post navigation
Previous: 'ଦି ଲାନସେଟ୍‌'ରେ ସ୍ଥାନ ପାଇଲା କିଟ୍‍ ଗବେଷକଙ୍କ ନିବନ୍ଧ: ସ୍ତନ କର୍କଟ ସ୍କ୍ରିନିଂରେ ବୟସ-ସମ୍ବନ୍ଧୀୟ ଟ୍ୟୁମର ଜୀବବିଜ୍ଞାନକୁ ବିଚାର କରିବାକୁ ପ୍ରସ୍ତାବNext: ଆମେରିକାରେ ଓଡ଼ିଆ ସଂସ୍କୃତିର ଜୟଗାନ: ୫୭ତମ 'ଓସା' ସମ୍ମିଳନୀରେ ଯୋଗଦେଲେ ଅଚ୍ୟୁତ ସାମନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay