Dailyhunt
ଯକ୍ଷ୍ମା-ମୁକ୍ତ ଭାରତ ଲକ୍ଷ୍ୟରେ ଆଦାନି ଫାଉଣ୍ଡେସନ୍‌ର ସୁଦୃଢ ପଦକ୍ଷେପ

ଯକ୍ଷ୍ମା-ମୁକ୍ତ ଭାରତ ଲକ୍ଷ୍ୟରେ ଆଦାନି ଫାଉଣ୍ଡେସନ୍‌ର ସୁଦୃଢ ପଦକ୍ଷେପ

Yuva Samay 2 months ago

ଧାମରା: ୦୬.୦୧.୨୦୨୬ ଆଦାନି ସିଏସଆର୍ ଶାଖା ତରଫରୁ ଆଦାନି ଫାଉଣ୍ଡେସନ୍‌ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସହଭାଗୀ ହୋଇ, ସମୁଦାୟ ସ୍ବାସ୍ଥ୍ୟ ସୁଦୃଢ କରିବାରେ ନୂତନ ପଦକ୍ଷେପ ଗ୍ରହଣ କରିଛି I ଚାନ୍ଦବାଳି, ତିହିଡି ଓ ବସୁଦେବପୁର ବ୍ଲକ୍‌ର ୯୫ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ ସାମଗ୍ରୀ ସହାୟତା ପ୍ରଦାନ କରାଗଲା I ଚିକିତ୍ସାଧୀନ ଯକ୍ଷ୍ମା ରୋଗୀମାନଙ୍କୁ ପ୍ରତିମାସ ପୋଷଣ ସାମଗ୍ରୀ ଦିଆଯିବ, ଯାହା ୬ ମାସ ପର୍ଯ୍ୟନ୍ତ ଯୋଗାଇଦିଆଯିବ ।

 ଏହି ପ୍ରୟାସ ଜିଲ୍ଲା ପ୍ରଶାସନ, ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଓ ଜିଲ୍ଲା ଯକ୍ଷ୍ମା ବିଭାଗ ସହଯୋଗରେ କାର୍ଯ୍ୟକାରିତା ହୋଇଛି। ଚାନ୍ଦବାଲି ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମ ଡା. ସନ୍ତୋଷ କୁମାର ପୃଷ୍ଟି (ADMO-TB), ଡା. ଅଶୋକ କୁମାର ମିଶ୍ର (ଇଞ୍ଚାର୍ଜ, CHC ଚାନ୍ଦବାଳି), ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ (Unit CSR Head, Adani Foundation), ନିବାସ ରଞ୍ଜନ ପରହି (DPC), ସୁଭାସିନୀ ପଣିଗ୍ରାହୀ (PMDT CO), ରାଜେଶ କୁମାର ସାହୁ (PPM CO) ସହିତ ଅନ୍ୟାନ୍ୟ ଅଧୁକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ CSR Head ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ କହିଥିଲେ, "ସରକାରୀ ସ୍ବାସ୍ଥ୍ୟ ଅଭିଯାନକୁ ସହାୟତା କରିବା ଓ ସମୁଦାୟ ଭିଭିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ସୁଦୃଢ କରିବାରେ ଆଦାନି ଫାଉଣ୍ଡେସନ୍‌ ସଦା ତତ୍ପର । ଏହି ପଦକ୍ଷେପ ଯକ୍ଷ୍ମା ରୋଗୀଙ୍କ ଜୀବନମାନ ବୃଦ୍ଧି କରିବା ସହିତ ଯକ୍ଷ୍ମା -ମୁକ୍ତ ଭାରତ ଲକ୍ଷ୍ୟକୁ ସାଧନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ।"


Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay