Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାପା ଦେଲାନି ଟଙ୍କା, ପିଟି ପିଟି ହତ୍ୟା କଲା ପୁଅ

ବାପା ଦେଲାନି ଟଙ୍କା, ପିଟି ପିଟି ହତ୍ୟା କଲା ପୁଅ

ବାରିପଦା, ୩୦।୮ : ଟଙ୍କା ନ ଦେବାରୁ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ପୁଲିସ ଅଟକ ରଖିଛି।

ବାପା ଆଣିଥିବା କିଛି ଟଙ୍କା ସାର କିଣିବା ପାଇଁ ତାଙ୍କ ପୁଅ ସୁମନ୍ତ ଦେହୁରୀ ମାଗିଥିଲା। କିନ୍ତୁ ବାପା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା।

ଶନିବାର ରାତିରେ ଏହି କଥାକୁ ନେଇ ଉତକ୍ଷିପ୍ତ ହୋଇ ପୁଅ ସୁମନ୍ତ ଏକ ଠେଙ୍ଗାରେ ବାପାଙ୍କୁ ନିର୍ମମ ଭାବେ ପିଟିଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢନ୍ତୁ : ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍, ୨୨ ଆହତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia