ଭୁବନେଶ୍ବର : ଘରେ ପଶିଥିଲା ଚୋର । ପରିବାର ଲୋକ ଚିତ୍କାର କରିବା ପରେ ଦାଦା-ପୁତୁରା ଚୋରକୁ ଧରିବା ପାଇଁ ଆରମ୍ଭ କରିଥିଲେ ପ୍ରୟାସ । ହେଲେ ଚୋରକୁ ଧରିବା ଆଗରୁ ଛାତରୁ ପଡ଼ି ଚାଲିଗଲା ପୁତୁରାର ଜୀବନ । ରାଜଧାନୀ ଭୁବନେଶ୍ବର ଭୁବନେଶ୍ବର ସହିଦନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପରିବାରରେ ଖେଳିଯାଇଛି ଶୋକର ଛାୟା ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ଖବର ଅନୁସାରେ, ସହିଦନଗର ଅଞ୍ଚଳରେ ଘରେ ଚୋର ପଶିଥିଲା । ଚୋରକୁ ଧରିବା ପାଇଁ ପରିବାର ଲୋକେ ପ୍ରୟାସ କରିଥିଲେ । ହେଲେ ଚୋର ମୋବାଇଲ ଧରି ଫେରାର ମାରୁଥିଲେ । ଦାଦା ପୁତୁରା ଚୋରକୁ ଧରିବା ପାଇଁ ଛାତ ଉପରକୁ ଦୌଡ଼ିଥିଲେ । ଚୋର ମୋବାଇଲ ଧରି ସ୍କାଏଲାଇଟ ଭାଙ୍ଗି ଛୁ ହୋଇଥିଲା । ମାତ୍ର ଛାତ ଉପରୁ ଖସିପଡ଼ି ପୁତୁରାର ଜୀବନ ଚାଲିଯାଇଛି । ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାରରେ ଶୋକର ଛାୟା ଖେଳି ଯାଇଥିବାବେଳେ ଚୋରକୁ ଧରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ।
ଏହାସହ ପଢ଼ନ୍ତୁ : ଆରତୀଙ୍କ ଅକୁହା କଥା : ଘରୋଇ ସହାୟକ କବଳରୁ ବଞ୍ଚିବା ପାଇଁ ଛାତରୁ ଡେଇଁଥିଲି

