Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ସାହାଜପାଲ/କୋକୋସରା, ୨/୯ : ବୌଦ୍ଧ ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ସିଙ୍ଗାରୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ମାଲବାହୀ ଟ୍ରକ୍ ପରସ୍ପର ସହ ଧକ୍କା । ଜଣେ ମୃତ, ଗାଡି ଚୁରମାର୍ । ସେପଟେ କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ଦୁଇ ଟ୍ରକ୍ ପରସ୍ପର ସହ ଧକ୍କା ହୋଇଛନ୍ତି । ପଶ୍ଚିମବଙ୍ଗରୁ କୁସୁମଖୁଣ୍ଟି ମେଗାଲିଫ୍ଟ ପ୍ରକଳ୍ପ ପାଇଁ ପାଇପ୍‌ ନେଇ ଆସୁଥିବା ଏକ ଟ୍ରକ୍‌ କୁ ଆଉ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଛି ।

ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ବୌଦ୍ଧରୁ ସୋନପୁର ପଟକୁ ଦୁଇଟି ଟ୍ରକ୍ ଯାଉଥିଲେ । ବୌଦ୍ଧ ବ୍ଲକ ସିଙ୍ଗାରୀ ଛକ ନିକଟରେ ଆଗରେ ଯାଉଥିବା ଏକ ଆଳୁ ବୋଝେଇ କଣ୍ଟେନର୍ ଟ୍ରକ୍‌ କୁ ଏକ ସୋଲାର ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ସୋଲାର ବୋଝେଇ ଟ୍ରକ୍ ର ଡ୍ରାଇଭର୍ କ୍ୟାବିନ ଭିତରେ ଫସି ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗ୍ୟାସ୍ କଟରରେ କ୍ୟାବିନକୁ କାଟି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବାଉଁଶୁଣୀ ପୁଲିସ ଗାଡି ଦୁଇଟିକୁ ଜବତ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢନ୍ତୁ- ହାରିଲା ଦାରିଦ୍ର୍ୟ, ଜିତିଲା ସ୍ୱପ୍ନ... ଡାକ୍ତର ହେବେ ବାପଛେଉଣ୍ଡ ଆଦିବାସୀ ପୁଅ ମହେନ୍ଦ୍ର

ଲଘୁଚାପ ନୁହେଁ ରାଜ୍ୟକୁ କାଳବୈଶାଖୀ ଡ଼ର ! ଉତ୍ତର ଓ ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆକଳନ​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia