Dailyhunt
ଗ୍ରୀନଙ୍କ ପ୍ରଦର୍ଶନକୁ ନେଇ ଏମିତି କହିଲେ ହରଭଜନ

ଗ୍ରୀନଙ୍କ ପ୍ରଦର୍ଶନକୁ ନେଇ ଏମିତି କହିଲେ ହରଭଜନ

ନୂଆଦିଲ୍ଲୀ : ଚାଲିଛି ଆଇପିଏଲ ୨୦୨୬ । ବେଶ ରୋମାଞ୍ଚକର ହେଉଛି ମୁକାବିଲା । ଚଳିତ ସିଜିନରେ ମିନି ଅକ୍ସନ ସମୟରେ ସବୁଠାରୁ ମହଙ୍ଗା ଖେଳାଳିଭାବେ କିଣା ହୋଇଥିଲେ କେମରୁନ୍ ଗ୍ରୀନ୍ । ରସେଲଙ୍କ ସ୍ଥାନରେ ଦଳ ଜଣେ ଦକ୍ଷ ଅଲରାଉଣ୍ଡ ଭାବେ ତାଙ୍କୁ ଟିମରେ ସାମିଲ୍ କରିଥିଲା । ମାତ୍ର ଗ୍ରୀନ୍ ପ୍ରଥମ ଦୁଇ ମ୍ୟାଚରେ ସେମିତି ବଡ଼ ପାଳି ଖେଳିବାରେ ସକ୍ଷମ ହୋଇନାହାନ୍ତି ।

ଯାହାକୁ ନେଇ ଏକ ୟୁଟ୍ୟୁବ ଚ୍ୟାନେଲ ହରଭଜନ ଏ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଭଜି କହିଛନ୍ତି କି, ଗ୍ରୀନ ଏବେ କେକେଆରର ପ୍ଲେଇଂ ଇଲେଭେନରେ ନିଜକୁ ଫିଟ୍ କରିପାରିନାହାନ୍ତି । ସେ ବୋଲିଂ କରୁନଥିବାବେଳେ ଏବେ ସେ ଦଳରେ ଫିଟ୍ ନୁହଁନ୍ତି । ଯେଉଁ କାରଣରୁ ସେ ଟିମର ଆଶାକୁ ପୂରଣ କରିପାରୁନାହାନ୍ତି । ଏହାସହ ବ୍ୟାଟିଂରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମାତ୍ର ୧୮ ରନ୍ କରିଥିବାବେଳେ ହାଇଦ୍ରାବାଦ ବିପକ୍ଷରେ ୨୨୭ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ଭୁଲ୍ ନିଷ୍ପତ୍ତି ପାଇଁ ମାତ୍ର ୨ ରନ କରି ରନ୍ ଆଉଟ୍ ହୋଇଥିଲେ । ସେ ଦଳରେ ବୋଲିଂ କରୁନଥିବାବେଳେ କେବଳ ବ୍ୟାଟିଂ କରୁଛନ୍ତି । ଏଣୁ କେକେଆର ପାଖରେ ଭଲ ବ୍ୟାଟିଂ ବିକଳ୍ପ ରହିଛି ।

​​​​​​​

ଏହାସହ ହରଭଜନ କେକେଆରକୁ ଏକ ଉପଦେଶ ଦେଇଛନ୍ତି । ସେ କହିଛନ୍ତି କି, ଗ୍ରୀନଙ୍କ ସ୍ଥାନରେ ସେଫର୍ଟଙ୍କୁ ସୁଯୋଗ ଦିଆଯାଉ । ସେ ଭଲ ପାଳି ଆରମ୍ଭ କରିବେ । ଏହାସହ ପାଓ୍ବେଲ ମଧ୍ୟ ଦଳ ପାଇଁ ବିଦେଶୀ ଖେଳାଳିଭାବେ ଜଣେ ଭଲ ବିକଳ୍ପ ହୋଇପାରିବେ । କେକେଆର ନିଜର ପ୍ରଥମ ଦୁଇ ମ୍ୟାଚରେ ପରାଜୟ ହେବା ପରେ ଏବେ ଚାପରେ ରହିଛି । ଏଣୁ ଆଗକୁ ଦଳରେ ପରିବର୍ତ୍ତନ କରିବା ସହ ଆଗକୁ ବଢ଼ିବାକୁ ହେଲେ ମ୍ୟାଚ୍ ଜିତିବାକୁ ପଡ଼ିବ । ଦଳର ଦୁଇ ମ୍ୟାଚରୁ ଦୁଇ ପରାଜୟ ହୋଇଥିବାବେଳେ ଏବେ ଚାପରେ ରହିଛି ।

ଏହାସହ ପଢ଼ନ୍ତୁ : ଚୋରକୁ ଧରିବାକୁ ଯାଇ ଛାତରୁ ପଡ଼ି ଚାଳିଗଲା ଜୀବନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia