Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର, ମୃତଦେହ ଉଦ୍ଧାର

କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର, ମୃତଦେହ ଉଦ୍ଧାର

ବାଲିଅନ୍ତା,୩୧/୮ (ଆ.ପ୍ର) : ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଚୌଧୁରୀ ଗଡ଼ା ନିକଟସ୍ଥ କୁଶଭଦ୍ରା ନଦୀରେ ଗାଧୋଉଥିବା ସମୟରେ ପାଣି ସ୍ରୋତରେ ଭାସିଯାଇ ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଜଣକ ହେଲେ ଜିତିକାର ସୁଆଁଲୋ ଗ୍ରାମର ସନ୍ତୋଷ କାଣ୍ଡିଙ୍କ ୧୫ ବର୍ଷୀୟ ଏକମାତ୍ର ପୁଅ ସୌମ୍ୟରଞ୍ଜନ କାଣ୍ଡି (ବଣ୍ଟି)।

ସୂଚନା ଅନୁଯାୟୀ, ଭିଙ୍ଗାରପୁର ବକ୍ରେଶ୍ୱର ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସୌମ୍ୟରଞ୍ଜନ ଓ ତାଙ୍କର ୩ ଜଣ ସାଙ୍ଗ ସ୍କୁଲ ନଯାଇ ନଦୀପଠା ଜଙ୍ଗଲରେ ଭୋଜି କରିଥିଲେ। ଅପରାହ୍ଣ ପ୍ରାୟ ୨ଟାରେ ଭୋଜି ସାରି ୪ ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଈଚରାଉଥିବା ୩ ଜଣ ମହିଳା ପିଲାମାନଙ୍କୁ ଗଭୀର ପାଣିକୁ ଯିବାକୁ ବାରଣ କରିଥିଲେ। ମାତ୍ର ଗାଧୋଉଥିବା ବେଳେ ୪ ଜଣଯାକ ଛାତ୍ର ଗଭୀର ପାଣିରେ ଉବୁଟୁବୁ ହେବାରୁ ଉକ୍ତ ମହିଳାମାନେ ନିଜ ଶାଢ଼ି ଫୋପାଡ଼ି ୩ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ସୌମ୍ୟରଞ୍ଜନଙ୍କ ହାତରୁ ଲୁଗା ଖସିଯିବାରୁ ସେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ।

ମହିଳାମାନଙ୍କ ଚିତ୍କାର ଶୁଣି ଭିଙ୍ଗାରପୁର ଶାସନ ଗ୍ରାମର କୁନା ପରିଡ଼ା ସୌମ୍ୟରଞ୍ଜନଙ୍କୁ ପାଣିରୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଭିଙ୍ଗାରପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିଅନ୍ତା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅବୈଧ ବାଲି ଉଠାଣ ନେଉଛି ଜୀବନ।ଟଙ୍କପାଣି ଅଞ୍ଚଳରେ ବାଲି ଉଠାଣ ବନ୍ଦ ହେବା ପରେ ଭିଙ୍ଗାରପୁରରେ ବାଲି ଠିକାଦାରମାନେ ସରକାରୀ ନିୟମକୁ ଫୁ' କରି ନଦୀରୁ ବଡ଼ ବଡ଼ ମେସିନ୍ ସାହାଯ୍ୟରେ ବାଲି ଉଠାଉଛନ୍ତି। ଫଳରେ ନଦୀ ଗର୍ଭରେ ଅନେକ ଗଭୀର ଗଣ୍ଡ ସୃଷ୍ଟି ହୋଇ ମୃତ୍ୟୁର ଯନ୍ତାପାଲଟୁଛି, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢନ୍ତୁ : ଖୋଲିଲା ମା' ମଝିଘରିଆଣିଙ୍କ ହୁଣ୍ଡି : ମିଳିଲା ୫୪ ଲକ୍ଷ ଟଙ୍କା, ବିଦେଶୀ ନୋଟ ସମେତ ସୁନା ଓ ରୂପା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia