Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମେଡିକାଲରେ ଅଭିଷେକଙ୍କୁ ଭେଟିଲେ ମମତା, କହିଲେ...

ମେଡିକାଲରେ ଅଭିଷେକଙ୍କୁ ଭେଟିଲେ ମମତା, କହିଲେ...

ନୂଆଦିଲ୍ଲୀ: ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଭେଟିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରେ ଆପୋଲ ହସ୍ପିଟାଲରେ ଅଭିଷେକଙ୍କୁ ଭେଟିଛନ୍ତି ମମତା । ଅଭିଷେକଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଛନ୍ତି । ସେ ସୋସିଆଲ ମିଡିଆରେ ଅଭିଷେକଙ୍କୁ ଆକ୍ରମଣ ସମୟର ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଶାସକ ଏବେ ହତ୍ୟାକାରୀ ।

ଏହି ପୋଷ୍ଟଟି ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

RULERS BECAME KILLERS- shame on you BJP https://t.co/DHNsnDAc9a

ଅଭିଷେକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଟିଏମସି ବିଜେପି ସରକାର ଉପରେ ବର୍ଷିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା କୁହାଯାଇଛି । ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି କି, ଏହା କ'ଣ ଗଣତନ୍ତ୍ର । ଏହା କଣ ସୁଶାସନ କହି ସମାଲୋଚନା କରାଯାଇଛି । ଯେଉଁମାନେ ଆକ୍ରମଣ କରିଛନ୍ତି ଚିହ୍ନଟ କରି ଗିରଫ କରିବାକୁ ଦାବି କରାଯାଇଛି । ଟିଏମସିର ବରିଷ୍ଠ ନେତାଙ୍କ ସହ ବହୁ ରାଷ୍ଟ୍ରୀୟ ସ୍ତରର ନେତା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅଖିଳେଶ ଯାଦବ ଏହି ଘଟଣାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସାର ସାମ୍ନା କରିଥିବା ପରିବାରକୁ ଭେଟିଥିବାକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବାରୁ ଏହାକୁ ନେଇ ନିନ୍ଦା ମଧ୍ୟ କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia