Dailyhunt
୧୪ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂଆ କୁଳପତି

୧୪ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂଆ କୁଳପତି

ଭୁବନେଶ୍ୱର: ୧୪ ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ନୂଆ କୁଳପତି ନିଯୁକ୍ତ କଲେ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟି। ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର।

ହନୁମାନ ଜୀ

ପିଲାଙ୍କ ମିଛ ଉପସ୍ଥାନ ଦେଖାଇ…

୧୮ କୋଟି ବିନିମୟରେ ଶ୍ରୀମନ୍ଦିର…

ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି- ପ୍ରଫେସର ସଞ୍ଜୟ କୁମାର ପାତ୍ର। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି- ପ୍ରଫେସର ବ୍ୟୋମକେଶ ତ୍ରିପାଠୀ। ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ଅସୀମା ସାହୁ। ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି- ପ୍ରଫେସର ପବନ କୁମାର ଅଗ୍ରୱାଲ।

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ଶିବରାମ ତ୍ରିପାଠୀ। ଗଝଉଈଊ ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ବିଭୂତି ଭୂଷଣ ମଲିକ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ଜ୍ୟୋସ୍ନା କେବି ରାଉତ। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ପ୍ରଭାତ କୁମାର ମହାପାତ୍ର। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ହୃଷିକେଶ ସେନାପତି। ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି - ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News