Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟରେ ଓଡ଼ିଶା ପୋଲିସ

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟରେ ଓଡ଼ିଶା ପୋଲିସ

ଟକ(ସାକ୍‌ସୀ ନ୍ୟୁଜ୍‌): ନିଶାମୁକ୍ତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ 'ନିଶାମୁକ୍ତ ଭାରତ ଅଭିଯାନ' (NMBA) ଅଧୀନରେ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି । ଗତ ଅଗଷ୍ଟ ୧୫ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୫ଟି ପୋଲିସ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ସମୟ ମଧ୍ୟରେ ୧,୭୬୩ ଟି ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଯାଇଥିଲା ।

ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୧୬୨ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଗଞ୍ଜାମରେ ୧୧୭ଟି, ଖୋର୍ଦ୍ଧାରେ ୧୦୧ଟି, ରାୟଗଡ଼ାରେ ୮୫ଟି ଏବଂ କଳାହାଣ୍ଡିରେ ୭୯ଟି ଶିକ୍ଷାନୁଷ୍ଠାନରେ ଏହି ଅଭିଯାନ ପହଞ୍ଚିଛି ।ଏହି ରାଜ୍ୟବ୍ୟାପୀ ଅଭିଯାନରେ ୨୬ଟି ପୋଲିସ ଜିଲ୍ଲା ନିଜ ଏସ୍‌ପିମାନଙ୍କ ନେତୃତ୍ୱ, ପୋଲିସ କର୍ମଚାରୀଙ୍କ ପ୍ରୟାସ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସକ୍ରିୟ ସହଯୋଗ ଯୋଗୁଁ ନିଶା ବିରୋଧୀ ସଚେତନତାର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚାଇବା ସମ୍ଭବ ହୋଇଛି ।

ବାରିପଦା ସହରରେ ୩ଟି ପାନୀୟଜଳ…

ବାରିପଦା ଏବିଇଓ ତପସ୍ୱିନୀ ଦାଶଙ୍କ…

ଅତି ପ୍ରବଳ ବର୍ଷା ପାଇଁ…

ପ୍ରେମିକ ସହ ସ୍ତ୍ରୀଙ୍କୁ ବେଡରେ…

ନିଶାଦ୍ରବ୍ୟ ସେବନ ଦ୍ୱାରା ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ, ପରିବାର, ଶିକ୍ଷା, ଜୀବନ ଓ ଭବିଷ୍ୟତ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ନିଶା ବିରୋଧୀ ଲଢ଼େଇରେ ସକ୍ରିୟ ଭାବେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା ।

ଏହି ଅଭିଯାନର ଲକ୍ଷ୍ୟ କେବଳ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବାରେ ସୀମିତ ନୁହେଁ। ଯୁବପିଢ଼ିଙ୍କୁ ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରଣା ଦେବା ସହ ସ୍କୁଲ, କଲେଜ, ଶିକ୍ଷକ, ଛାତ୍ରଛାତ୍ରୀ ଓ ପରିବାରକୁ ନିଶା ବିରୋଧୀ ଲଢ଼େଇର ସକ୍ରିୟ ସହଯୋଗୀ ଭାବେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ୨୦୨୯ ସୁଦ୍ଧା ଏକ ନିଶାମୁକ୍ତ ଓଡ଼ିଶା ଗଠନ କରିବାକୁ ଓଡ଼ିଶା ପୋଲିସର ଦୃଢ଼ ସଂକଳ୍ପ ବୋଲି କହିଛନ୍ତି । ଏହି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ନିଶା ବିରୋଧୀ ସଚେତନତା ଓ ପ୍ରତିରୋଧମୂଳକ କାର୍ଯ୍ୟକ୍ରମ ନିରନ୍ତର ଜାରି ରହିବ। ନିଶା ବିରୋଧୀ ଲଢ଼େଇରେ ପୋଲିସ ସହିତ ପରିବାର, ଶିକ୍ଷାନୁଷ୍ଠାନ, ଯୁବପିଢ଼ି ଓ ସମାଜର ପ୍ରତ୍ୟେକ ବର୍ଗର ସହଭାଗିତା ହିଁ ଏହି ଅଭିଯାନର ସବୁଠାରୁ ବଡ଼ ଶକ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଏହି ରାଜ୍ୟବ୍ୟାପୀ ଅଭିଯାନକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଏସ୍‌ପି, ପୋଲିସ କର୍ମଚାରୀ, ଶିକ୍ଷାନୁଷ୍ଠାନ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତ ସହଯୋଗୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News