Dailyhunt
୨୩ ଜିଲ୍ଲାକୁ ସମ୍ଭାଳିବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ

୨୩ ଜିଲ୍ଲାକୁ ସମ୍ଭାଳିବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ

ଭୁବନେଶ୍ୱର: ସ୍ପେଶାଲ ଡେଭଲପମେଂଟ୍‌ କାଉନସିଲକୁ ବଡ଼ ଅପଡେଟ୍‌। ଘୋଷଣା କରାଯାଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ। ରାଜ୍ୟ ସରକାର ୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ନାମ ଉଲ୍ଲେଖ କରିଛନ୍ତି।

ହନୁମାନ ଜୀ

ପିଲାଙ୍କ ମିଛ ଉପସ୍ଥାନ ଦେଖାଇ…

୧୮ କୋଟି ବିନିମୟରେ ଶ୍ରୀମନ୍ଦିର…

ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରୁଛନ୍ତି ବଶିଷ୍ଠ ନୟକ ଏବଂ ଉପାଧ୍ୟକ୍ଷ ହୋଇଛନ୍ତି ସୁରୁମଣି ଛତର। ବଲାଙ୍ଗିର ଜିଲ୍ଲାରେ ବଲ୍ଲଭ ଧରୁଆ (ଅଧ୍ୟକ୍ଷ) ଏବଂ ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ), ବାଲେଶ୍ୱର ଜିଲ୍ଲାରେ ବିପିନ୍‌ ମାରାଣ୍ଡି (ଅଧ୍ୟକ୍ଷ) ଏବଂ ଝରଣା ସିଂ (ଉପାଧ୍ୟକ୍ଷ), ବରଗଡ଼ ଜିଲ୍ଲାରେ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ) ଏବଂ ତିଳୋତମା ଭୁଏ (ଉପାଧ୍ୟକ୍ଷ), ବୌଦ୍ଧ ଜିଲ୍ଲାରେ ଡମରୁଧର କହଁର (ଅଧ୍ୟକ୍ଷ) ଏବଂ ଝରଣା ଜାନି (ଉପାଧ୍ୟକ୍ଷ), ଦେବଗଡ଼ ଜିଲ୍ଲାରେ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ) ଏବଂ ପ୍ରମିଳା କିଶାନ (ଉପାଧ୍ୟକ୍ଷ), ଢେଙ୍କାନାଳ ଜିଲ୍ଲାରେ ନାଉରି ସିଂ (ଅଧ୍ୟକ୍ଷ) ଏବଂ ସେବତୀ ଭୋଇ (ଉପାଧ୍ୟକ୍ଷ), ଗଜପତି ଜିଲ୍ଲାରେ କାମଦେବ ବଡ଼ନାୟକ (ଅଧ୍ୟକ୍ଷ) ଏବଂ ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ), ଗଞ୍ଜାମ ଜିଲ୍ଲାରେ ନୀଳମାଧବ ପାତ୍ର (ଅଧ୍ୟକ୍ଷ) ଏବଂ ଲଳିତା ପ୍ରଧାନ (ଉପାଧ୍ୟକ୍ଷ), ଯାଜପୁର ଜିଲ୍ଲାରେ ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ) ଏବଂ ଶାନି ଜରିକା (ଉପାଧ୍ୟକ୍ଷ), ଝାରସୁଗୁଡ଼ା ଜିଲ୍ଲାରେ ସାମଲ ନାଏକ (ଅଧ୍ୟକ୍ଷ) ଏବଂ ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ), କଳାହାଣ୍ଡିରେ ବିଜୟ ଦିଶାରୀ (ଅଧ୍ୟକ୍ଷ) ଏବଂ ରୀନା ଭୋଇ (ଉପାଧ୍ୟକ୍ଷ), କନ୍ଧମାଳରେ ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ) ଏବଂ କଳ୍ପନା କହଁର (ଉପାଧ୍ୟକ୍ଷ), କେନ୍ଦୁଝର ଜିଲ୍ଲାରେ ମମିତା ନାଏକ (ଅଧ୍ୟକ୍ଷ) ଏବଂ ମାନସ ନାଏକ (ଉପାଧ୍ୟକ୍ଷ) , କୋରାପୁଟରେ ଭଗବାନ ମୁଦୁଲି (ଅଧ୍ୟକ୍ଷ) ଏବଂ ସୁକାନ୍ତି ମାଝୀ (ଉପାଧ୍ୟକ୍ଷ), ମାଲକାନଗିରିରେ ଗଙ୍ଗାଧର ସୋଡ଼ି (ଅଧ୍ୟକ୍ଷ) ଏବଂ ସାବିତ୍ରୀ ପଡ଼ିଆମି (ଉପାଧ୍ୟକ୍ଷ), ମୟୂରଭଞ୍ଜରେ ବୁଧାନ ମୁର୍ମୁ (ଅଧ୍ୟକ୍ଷ) ଏବଂ କୌଶଲ୍ୟା ନାଏକ (ଉପାଧ୍ୟକ୍ଷ), ନବରଙ୍ଗପୁରରେ ବାସନ୍ତୀ ମାଝି (ଅଧ୍ୟକ୍ଷ) ଏବଂ ଲିଙ୍ଗରାଜ ଭତ୍ରା (ଉପାଧ୍ୟକ୍ଷ), ନୟାଗଡ଼ ଜିଲ୍ଲାରେ ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ) ଏବଂ ସମିତା ଦେହୁରୀ (ଉପାଧ୍ୟକ୍ଷ), ନୂଆପଡ଼ାରେ ହୋମେସିଂ ମାଝୀ (ଅଧ୍ୟକ୍ଷ) ଏବଂ ବେଲାମତି ମାଝୀ (ଉପାଧ୍ୟକ୍ଷ), ରାୟଗଡ଼ାରେ ବିଦ୍ୟାଧର ଶବର (ଅଧ୍ୟକ୍ଷ) ଏବଂ ମଞ୍ଜୁଳା ମିନିଆକା (ଉପାଧ୍ୟକ୍ଷ) ସମ୍ବଲପୁରରେ ଭଗିନ୍ଦ୍ର କିଶାନ (ଅଧ୍ୟକ୍ଷ) ଏବଂ ସୁଷମା ମୁଣ୍ଡା (ଉପାଧ୍ୟକ୍ଷ)। ସୁନ୍ଦରଗଡ଼ ଜିଲ୍ଲାରେ ସନ୍ତୋଷ ଅମାତ ଅଧ୍ୟକ୍ଷ ହୋଇଥିବା ବେଳେ ଗାଙ୍ଗି କିଣ୍ଡୋଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News