Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏ.ସି ସାଜିପାରେ ଆତଙ୍କ!

ଏ.ସି ସାଜିପାରେ ଆତଙ୍କ!

ବୈଜ୍ଞାନିକମାନଙ୍କ ଏକ ନୂଆ ଗବେଷଣା ଅନୁସାରେ, ଏସି ବିକିରଣ କରୁଥିବା ଉତାପ ଯୋଗୁଁ ପୃଥିବୀର ତାପମାତ୍ରା ଆହୁରି ୦.୦୫ ଡିଗ୍ରି ସେଲସିୟସ୍‌ ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଜୁଳି, ରାସାୟନିକ ରେଫ୍ରିଜରାଂଟ୍‌ ସାଙ୍ଗକୁ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ବିକିରଣ ଯୋଗୁଁ ପୃଥିବୀକୁ ଏହା ଆହୁରି ଉତପ୍ତ କରିଦେଇପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

୧୯୪୪ରେ ଜୋର ଧରିଥିଲା ଅଳଙ୍କାର…

ଏପ୍ରିଲରେ ୩ ରାଶିର ଚମକିବ ଭାଗ୍ୟ

ଚର୍ଚ୍ଚାରେ ତାପସୀ 'ଅସ୍‌ସି'

'ନେଚର୍‌ କମ୍ୟୁନିକେସନ୍‌' ପତ୍ରିକାରେ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟ ଅନୁସାରେ, ୨୦୫୦ ମଧ୍ୟରେ ଭାରତ ଭଳି ପୃଥିବୀର ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକର ୨୫୦ କୋଟି ଲୋକଙ୍କ ପାଖରେ ନିଜସ୍ୱ ଏସି ସୁବିଧା ରହିଥିବ। ଆକଳନ ଅନୁସାରେ, ଏବେ ପ୍ରାୟ ୧୯୦ କୋଟି ଲୋକ ଏସିର ଆବଶ୍ୟକତା ଅନୁଭବ କରୁଥିଲେ ମଧ୍ୟ ସେମାନଙ୍କର ନିଜସ୍ୱ ଏସି ନାହିଁ। ତେବେ ୨୦୫୦ ବେଳକୁ ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକର ପ୍ରାୟ ୭୫ ପ୍ରତିଶତ ଲୋକ ଏସି ବ୍ୟବହାର କରୁଥିବେ ବୋଲି ଅନୁମାନ କରାଯାଉଛି। ଆକଳନ ଅନୁଯାୟୀ, ଏବେ ପୃଥିବୀରେ ୨୦୦ କୋଟି ଏସି ବ୍ୟବହାର କରାଯାଉଛି।

୨୦୫୦ ମସିହା ସୁଦ୍ଧା ଏହି ସଂଖ୍ୟା ୫୬୦ କୋଟି ହୋଇଯାଇଥିବ। ୨୦୧୮ରେ ପ୍ରକାଶିତ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ରିପୋର୍ଟ ଅନୁସାରେ, ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ଫଳରେ ଲୋକେ ଏସି ଭଳି ଆରାମଦାୟକ ଉପକରଣର ବ୍ୟବହାର ବଢ଼ାଇବାରେ ଲାଗିଛନ୍ତି। ଏହିଭଳି ଭାବେ ୨୦୫୦ ମଧ୍ୟରେ କେବଳ ଭାରତରେ ୧୧୦ କୋଟି ଏସି ବ୍ୟବହାର ହେଉଥିବ ବୋଲି ଅନୁମାନ କରାଯାଏ। ଏହିଭଳି ଭାବେ ଜଳବାୟୁ ପରିବର୍ତନ, ଏସିର ଆବଶ୍ୟକତା ଓ ଆର୍ଥିକ ବିକାଶ ପୃଥିବୀର ତାପମାତ୍ରାକୁ ଆଶାତୀତ ଭାବେ ବଢ଼ାଇବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News