Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ଆଦିବାସୀ ସେଙ୍ଗଲ ଅଭିଯାନ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ୱରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ କୁହାଯାଇଛି ଯେ, ଭାରତୀୟ ସମ୍ବିଧାନରେ ସିଧାସଳଖ ଭାବରେ 'ଆଦିବାସୀ' ଶବ୍ଦ ବ୍ୟବହାର ନହୋଇ ଅନୁଚ୍ଛେଦ 342 ଧାରାରେ ଆଦିବାସୀ ଜାତି ସ୍ଥାନରେ 'ଅନୁସୂଚିତ ଜନଜାତି ଶବ୍ଦ ବ୍ୟବହାର କରାଯାଇଛି ଏବଂ ଉକ୍ତ ଆଦିବାସୀମାନେ ସାର୍ନାଧର୍ମ ନାମରେ ପ୍ରକୃତି ପୂଜାରୀ ଅଟନ୍ତି ।

2011 ଜନଗଣନାରେ ଏମାନେ ପାଖାପାଖି ମୋଟ 5000000 (ପଚାଶ ଲକ୍ଷ) ସଂଖ୍ୟାରେ ନିଜର ଧର୍ମ "ସାର୍ନାଧର୍ମ" ଲେଖାଇଥିଲେ । ତତସହିତ ଟିଏମସି ସରକାର ଦ୍ୱାରା ତା.22.02.2021 ରେ ପଶ୍ଚିମବଙ୍ଗ ବିଧାନସଭାରେ ଏବଂ ଜେଏମଏମ ସରକାର ଦ୍ୱାରା ତା.11.11.2020 ରେ ଝାଡ଼ଖଣ୍ଡ ବିଧାନସଭାରେ ସାର୍ନାଧର୍ମକୁ ମାନ୍ୟତା ଦିଆଯିବା ପାଇଁ ପ୍ରସ୍ତାବ ଅନୁମୋଦନ କରି କେନ୍ଦ୍ର ସରକାରକୁ ପଠାଯାଇଥିଲା ବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସାର୍ନାଧର୍ମକୁ ମାନ୍ୟତା ଦିଆଯିବା ପାଇଁ ତା.06.09.2021 ରେ ଲିଖିତ ଚିଠି ପ୍ରକାଶ କରିଥିଲେ ।

ତୁରୁମୁଙ୍ଗା ସରସ୍ୱତୀ ଶିଶୁ…

ଦୃଶ୍ୟମ-୩ କୁ ନେଇ ବଡ ଖୁଲାସା

ଆସନ୍ତା ୫ଦିନ ପାଗ ଶୁଖିଲା

ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା…

ତେବେ "ସାର୍ନାଧର୍ମ"ର ମାନ୍ୟତା ପାଇବା କାର୍ଯ୍ୟ ଆଗେଇ ଥିବାବେଳେ 19.8.2026 ରିଖ ଦିନ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ବାରିପଦା ସାର୍କିଟ ହାଉସରେ ଦୁଇଗୋଟି ସାମାଜିକ ସଂଗଠନ ଯଥା ବନବାସୀ କଲ୍ୟାଣ ଆଶ୍ରମ ଏବଂ ଜନଜାତି ସୁରକ୍ଷା ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ପ୍ରେସ କନଫରେନ୍ସରେ "ସାର୍ନାଧର୍ମ" ଏକ ଧର୍ମ ନୁହେଁ ବୋଲି କୁହାଯାଇଛି ଏବଂ ଆଦିବାସୀମାନେ ହିନ୍ଦୁ ଅଟନ୍ତି ବୋଲି କହି ସିଧାସଳଖ ଭାବରେ ଆଦିବାସୀଙ୍କୁ ଧାର୍ମିକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି ।

ତାହା ସହିତ ଆଦିବାସୀ ଏକ ଜାତି ନୁହେଁ, ସମ୍ବିଧାନରେ ଲେଖା ନାହିଁ କୁହାଯିବା ସହିତ ଆଦିବାସୀମାନେ ବନବାସୀ ଅଟନ୍ତି ବୋଲି ସିଧାସଳଖ ମନ୍ତବ୍ୟ ଦେଇ ଆଦିବାସୀ ଜାତିକୁ ଭାରି ଅପମାନ କରାଯାଇଛି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଯାହାକି ଉକ୍ତ ଦୁଇଗୋଟି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଆଦିବାସୀ ଜାତି ଉପରେ ଏବଂ ସାର୍ନା ଧର୍ମାବଲମ୍ବୀ ଲୋକମାନଙ୍କ ଉପରେ ଅନ୍ୟାୟ କରିଛନ୍ତି ବୋଲି ଦର୍ଶାଯାଇଛି ।

ତେଣୁ ଉକ୍ତ ଦୁଇ ସଂଗଠନକୁ ସେଙ୍ଗେଲ ପକ୍ଷରୁ ଘୋର ନିନ୍ଦା କରାଯିବା ସହିତ କାର୍ଯ୍ୟକର୍ତ୍ତାଙ୍କୁ ବିରୋଧ କରାଯାଇଛି ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯିବା ସହିତ ସାମ୍ବାଦିକ ସମ୍ମିଳନୀରେ ବନବାସୀ ଓ ସାର୍ନାଧର୍ମ ଏକ ଧର୍ମ ନୁହେଁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଏସଟି ସୂଚିରୁ ଡିଲିଷ୍ଟିଂ (Delisting) କରାଯିବା ଦାବି ସହିତ ସମ୍ବିଧାନର 342 ଧାରାକୁ ସଂଶୋଧନ କରି ଅନୁସୂଚିତ ଜନଜାତି ନାମ ପରିବର୍ତ୍ତନ କରି ଆଦିବାସୀ କରାଯାଉ ଏବଂ ଅବିଳମ୍ବେ ସାର୍ନାଧର୍ମ କୋଡ ମାନ୍ୟତା ପ୍ରଦାନ କରାଯାଉ ଏବଂ ଧର୍ମାନ୍ତରିତ ହୋଇଥିବା ଆଦିବାସୀଙ୍କୁ ଏସଟି ସୂଚିରୁ ଡିଲିଷ୍ଟିଂ କରାଯାଉ । ଦାବିପତ୍ର ପ୍ରଦାନ ବେଳେ ଓଡ଼ିଶା ପ୍ରଦେଶ ପାର୍ଗାନା କାଳୁରାମ ମୁର୍ମୁ, ବାରିପଦା ଜୋନାଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ଜିଲ୍ଲା ସଭାପତି ଉଦୟନାଥ ହେମ୍ବ୍ରମ, ବାହାଦୁର ମୁର୍ମୁ, ବିକାଶ ହେମ୍ବ୍ରମ, ନାରାନ ମୁର୍ମୁ, ଚୈତନ୍ୟ ହେମ୍ବ୍ରମ, ରୁପଶ୍ରୀ ମୁର୍ମୁ ଆଦି ୧୪ ଜଣ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News