Dailyhunt
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

ଶିକ୍ଷକମାନେ ଦେଶ ଓ ଜାତିର ନିର୍ମାତା ହୋଇଥିବାରୁ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନରେ ସେମାନଙ୍କର ଭୂମିକା ସର୍ବଦା ଅଗ୍ରଗଣ୍ୟ ବୋଲି ମତପ୍ରକାଶ କରିଛନ୍ତି ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରିୟଦର୍ଶୀ ସାଲିଆସାହିରୁ ସିଙ୍ଗାପୁର ପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ଦେଇ ସାମାଜିକ ସନ୍ତୁଳନ କିଭଳି ପରିଚୟକୁ ପରିବ୍ୟାପ୍ତ କରେ ତାହା ଦର୍ଶାଇଥିଲେ ।

51ତମ ପ୍ରଧାନ ବିଚାରପତି ଭାବରେ ଶପଥ…

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ…

୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ…

ସେ କହିଲେ ଯେ, ଉଚ୍ଚାରଣ ଓ ଆଚରଣରେ ସମତା ନ ରହିଲେ ଆମ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଦୁର୍ନୀତିର ଦୂରୀକରଣ ସମ୍ଭବ ନୁହେଁ । ବ୍ୟକ୍ତିଗତ ସ୍ୱାର୍ଥସାଧନ ସର୍ବଦା ଦୁର୍ନୀତିର ମୂଳ କାରଣ ହୋଇଥିବାରୁ ଛାତ୍ରଛାତ୍ରୀଗଣ ବ୍ୟକ୍ତିର ଊର୍ଦ୍ଧ୍ୱରେ ଦେଶ, ଜାତି, ଗୋଷ୍ଠୀ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରି ବିକାଶଶୀଳ ପରିଚୟକୁ ବିକଶିତରେ ପରିବର୍ତ୍ତନ କରିବାକୁ ହେଲେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହୋଇ ଦୁର୍ନୀତିକୁ ଦୂରେଇବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ, ପ୍ର୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରତିଷ୍ଠାନର ଡିନ୍ ପ୍ରେଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ଡକ୍ଟର କଳିଙ୍ଗ କେତକୀ ଧନ୍ୟବାଦାର୍ପଣ କରିଥିଲେ ।

ଏହି ଅବସରରେ ପ୍ରତିଷ୍ଠାନର ଛାତ୍ରବୃନ୍ଦ ସରସ୍ୱତୀ ବନ୍ଦନା ପରିବେଷଣ କରିଥିଲେ, ପ୍ରକାଶଥାଉକି ପ୍ରତିଷ୍ଠାନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିମୁକ୍ତ ପାଇଁ ଶପଥପାଠ, ଗଣଦୌଡ଼ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀବୃନ୍ଦ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏହି ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମକୁ ଅନୁଭାଗ ଅଧିକାରୀ ଶ୍ରୀ ଅଶୋକ କୁମାର ବଳିଆରସିଂ ସୟାୟତା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News