Dailyhunt
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଦସ୍ତଖତ ଅଭିଯାନ

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଦସ୍ତଖତ ଅଭିଯାନ

ଳିତ ମାସ 20ରୁ 28 ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି 55 ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଛି ।

ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସମାଜ ବିଜ୍ଞାନ ଏବଂ ଚଳଚ୍ଚିତ୍ର ମଧ୍ୟରେ ଥିବା ସଂଯୋଗ ଉପରେ ଆଲୋକପାତ କରିଛନ୍ତି ।

ବାୟୁ ପ୍ରଦୂଷଣ: ଦିଲ୍ଲୀରେ…

ଇଲେକ୍ଟ୍ରୋନିକ୍ସ ଟୋଲ ସଂଗ୍ରହରୁ…

ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ…

ଦୁର୍ନୀତିଖୋରଙ୍କୁ ଜେଲ୍ ପଠାଯିବ

ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ତଥା ସିବିସିର ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାସ ଯୋଗଦେଇ ଭାରତୀୟ ଓ ଓଡିଆ ଚଳଚ୍ଚିତ୍ରର ଗୌରବମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଆଗାମୀ ଚଳଚ୍ଚିତ୍ର ମହୋତ୍ସବ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ଡ ଦାଶ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅବସରପ୍ରାପ୍ତ ସହକାରୀ କମିଶନର ଅଶୋକ କୁମାର ମିଶ୍ର, ଚଳଚ୍ଚିତ୍ର ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ଦେଇ ମହୋତ୍ସବରେ ଅଂଶ ହେବାକୁ କହିଥିଲେ ।

ଚଳଚ୍ଚିତ୍ର ମାଧ୍ୟମରେ ସମାଜରେ ବିଭିନ୍ନ ପରିବର୍ତ୍ତନ ଆସିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ତନୟା ମହାନ୍ତି ଯୋଗ ଦେଇଥିଲେ । ସିବିସି କାର୍ଯ୍ୟକ୍ରମ ଅଧିକାରୀ ଏବଂ କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ । ଦସ୍ତଖତ ଅଭିଯାନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News