Dailyhunt
ଆଇଏଫଏଫଆଇ ୨୦୨୪ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର

ଆଇଏଫଏଫଆଇ ୨୦୨୪ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର

ଗୋଆରେ ଆସନ୍ତା ୨୦ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣ ଅନୁଷ୍ଠିତ ହେବ । କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍ ଆଜି ଏହି ମହୋତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ପ୍ରମୁଖ ଅଂଶୀଦାରମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି ।

ବୈଠକରେ ଡ. ମୁରୁଗନ୍ ମହୋତ୍ସବର ବାଧାମୁକ୍ତ ଆୟୋଜନ ସୁନିଶ୍ଚିତ କରିବା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଆଇଏଫଏଫଆଇ ୨୦୨୪ ଗୋଆରେ ଉତ୍ସବ ପାଳନର ଜୀବନ୍ତ ଭାବନା ଏବଂ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିବା ଉଚିତ୍‌ । ଏହି ମହୋତ୍ସବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସମସ୍ତ ଅଂଶୀଦାରମାନେ ନିଷ୍ଠାର ସହ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।

ଭାରତୀୟ ଚଳଚ୍ଚିତ୍ର ଜଗତର ବିବିଧତାକୁ ପ୍ରଦର୍ଶନ କରିବା ଲାଗି ଏକ ମଞ୍ଚ ରୂପେ ଆଇଏଫଏଫଆଇର ଗୁରୁତ୍ୱ ଉପରେ କେନ୍ଦ୍ର ମନ୍ତ୍ରୀ ଜୋର୍‌ ଦେଇଛନ୍ତି। ସେ କହିଛନ୍ତି, ''ଭାରତୀୟ ସିନେମାକୁ ଆକାର ଦେଇଥିବା ଭାଷା, ସଂସ୍କୃତି ଓ ପରମ୍ପରାର ବ୍ୟାପକ ପରିଦୃଶ୍ୟକୁ ଏହି ମହୋତ୍ସବ ପ୍ରତିନିଧିତ୍ୱ କରିବା ଜରୁରୀ। ଆଞ୍ଚଳିକ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଅଶେଷ ଲୋକପ୍ରିୟତା ହାସଲ କରିଥିବା ଚଳଚ୍ଚିତ୍ର ପର୍ଯ୍ୟନ୍ତ, ଆଇଏଫଏଫଆଇ ଭାରତୀୟ ସିନେ ଜଗତର ବହୁଳତାବାଦର ଏକ ବାସ୍ତବ ପ୍ରତିଫଳନ ହେବା ଉଚିତ୍‌।''

କଂଗ୍ରେସ ହାତରୁ ବାୟନାଡ଼ ଛଡ଼ାଇ…

ଆମ ସମ୍ବିଧାନ ଆମ ସ୍ବାଭିମାନ

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ…

ସ୍ୱାଧିନତାର ମାନେ ନୁହେଁ…

ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ମହୋତ୍ସବର ପ୍ରଚାର ଓ ପ୍ରସାରକୁ ବ୍ୟାପକ ଭାବେ ବଢ଼ାଇବାର ସମ୍ଭାବନା ଉପରେ ଡକ୍ଟର ମୁରୁଗନ୍‌ ଜୋର୍‌ ଦେଇଛନ୍ତି। ଆଇଏଫଏଫଆଇ ଯେପରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ ଏବଂ ଭାରତୀୟ ସିନେମା ଓ ବିଶ୍ୱ ଦର୍ଶକଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ସମ୍ପର୍କକୁ ପ୍ରୋତ୍ସାହିତ କରିବ ତାହା ସୁନିଶ୍ଚିତ କରିବା ଲାଗି ଅନ୍ତର୍ଜାତୀୟ ମଞ୍ଚର ଲାଭ ଉଠାଇବାକୁ ସେ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରିଛନ୍ତି।

ଆଜିର ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମୁରୁଗନ୍ ଗୋଆ ମେରିୟଟ୍ ରିସୋର୍ଟ ଏବଂ ଫିଲ୍ମ ବଜାର ଆୟୋଜନ କରୁଥିବା ପ୍ରୋମେନେଡ୍ ସମେତ ମହୋତ୍ସବର ପ୍ରମୁଖ ସ୍ଥଳଗୁଡ଼ିକ ପରିଦର୍ଶନ କରିଥିଲେ। ସେ କଳା ଏକାଡେମୀ ଏବଂ ଆଇନକ୍ସ ଥିଏଟର ମଧ୍ୟ ବୁଲି ଦେଖିଥିଲେ, ଯାହା ଆଇଏଫଏଫଆଇ ସ୍କ୍ରିନିଂର ମୁଖ୍ୟ ସ୍ଥାନ ହେବ। ଚଳିତ ବର୍ଷ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିବା ମନୋରଞ୍ଜନ କ୍ଷେତ୍ର 'ଆଇଏଫଆଇଇଷ୍ଟା' ପ୍ରଦର୍ଶିତ ହେବାକୁ ଥିବା ସ୍ଥାନ ଡିବି ଗ୍ରାଉଣ୍ଡ ମଧ୍ୟ ସେ ପରିଦର୍ଶନ କରିଥିଲେ।

ଏହାସହିତ ମହୋତ୍ସବର ଉଦଘାଟନୀ ଓ ସମାପନ ସମାରୋହ ଆୟୋଜନ କରୁଥିବା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଦ୍ୱାରା ଆୟୋଜିତ ହେବାକୁ ଥିବା ମଲ୍ଟିମିଡିଆ ପ୍ରଦର୍ଶନୀ 'ସଫାରନାମା'ର ସ୍ଥାନ ଧରିଆ ସଙ୍ଗମ ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋଆର ମୁଖ୍ୟ ଶାସନ ସଚିବ ଡକ୍ଟର ଭି. କାନ୍ଦାଭେଲୁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମାଞ୍ଚଳ ମହାନିର୍ଦ୍ଦେଶକ ସ୍ମିତା ବତ୍ସ ବର୍ମା, ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପୃଥୁଳ କୁମାର, ଗୋଆ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ସଚିବ ରମେଶ ବର୍ମା, ଉତ୍ତର ଗୋଆ ଏସପି ଅକ୍ଷତ କୌଶଳ; ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପି କିରନ ପୌଡ଼ୱାଲ ଏବଂ ଗୋଆ ମନୋରଞ୍ଜନ ସୋସାଇଟିର ପରିଚାଳନା ନିର୍ଦ୍ଦେଶକ ମୃଣାଳ ୱାଲକେଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଡକ୍ଟର ମୁରୁଗନଙ୍କ କ୍ଷେତ୍ର ପରିଦର୍ଶନ ଓ ଆଲୋଚନା ଆଇଏଫଏଫଆଇର ସଫଳ ଆୟୋଜନ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News