Dailyhunt
ଆଖିବୁଜିଲେ ଖେମିନିଙ୍କ ପତ୍ନୀ ମନସୁରେହ

ଆଖିବୁଜିଲେ ଖେମିନିଙ୍କ ପତ୍ନୀ ମନସୁରେହ

ତେହେରାନ: ଇରାନର ସର୍ବୋଚ୍ଚ ନେତା ସ୍ୱର୍ଗତଃ ଆୟତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ଦୁଇଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଖେମିନିଙ୍କ ପତ୍ନୀଙ୍କ ମୃତ୍ୟୁ ସଂପର୍କରେ ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି।

ଖେମିନିଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ପରିବାରର ଅAନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖେମିନି ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ଆମେରିକା ଓ ଇସ୍ରାଏଲ ବିରୋଧରେ ଆକ୍ରମଣକୁ ତୀବ୍ର କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ…

ଓଡ଼ିଶା ପୋଲିସ ପକ୍ଷରୁ…

୨୦୦ ଜୀବନ୍ତ କଇଁଛ ଉଦ୍ଧାର; ମାଫିଆ…

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତ୍ୟାକୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି। ଖେମିନିଙ୍କୁ ସେ ଯଦି ହତ୍ୟା କରି ନ ଥାନ୍ତେ, ତେବେ ଖେମିନି ତାଙ୍କୁ ହତ୍ୟା କରିଥାନ୍ତେ। ତାଙ୍କୁ ହତ୍ୟା କରିବାକୁ ଇରାନ ପକ୍ଷରୁ ଦୁଇଥର ଷଡଯନ୍ତ୍ର ରଚାଯାଇଥିଲା ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଆମେରିକାର ଜଣେ ସାମ୍ବାଦିକଙ୍କ ସହିତ କଥା ହେବା ସମୟରେ ଏପରି ଚକିତ କରିଦେବା ପରି ତଥ୍ୟ ରଖିଛନ୍ତି।
ଟ୍ରମ୍ପ ଆମେରିକା ଗୁଇନ୍ଦା ଏଜେନ୍ସିଙ୍କ ସୂଚନା ଆଧାରରେ କହିଛନ୍ତି ଯେ, ୨୦୨୪ରେ ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଷଡ୍‌ଯନ୍ତ୍ର କରାଯାଇଥିଲା।

ଏବିସି ନ୍ୟୁଜ୍‌ ୱାସିଂଟନ ମୁଖ୍ୟ ପ୍ରତିନିଧି ଜୋନାଥନ୍‌ କାର୍ଲଙ୍କୁ ଏହି ସୂଚନା ଦେଇଛନ୍ତି। ଅୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ କିଏ ଇରାନର ନେତୃତ୍ୱ ନେବ ବୋଲି କାର୍ଲଙ୍କ ପ୍ରଶ୍ନର ଉତରରେ ଟ୍ରମ୍ପ କହିଥିଲେ, ଆକ୍ରମଣ ଏତେ ଜୋରଦାର ଥିଲା ଯେ, ଇରାନର ନେତୃତ୍ୱ ନେବା ଦୌଡରେ ଥିବା ଅଧିକାଂଶ ନେତା ନିହତ ହୋଇଛନ୍ତି। ଯୁଦ୍ଧ କେତେ ଦିନ ଧରି ଚାଲିବ ବୋଲି ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ, ଯୁଦ୍ଧ ଚାରିରୁ ପାଂଚ ସପ୍ତାହ ଚାଲିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ତା' ପୂର୍ବରୁ ଶେଷ ହେବ। ତଥାପି ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ପ୍ରସ୍ତୁତ ଥିବା ଟ୍ରମ୍ପ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News