Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଅନ୍ୟ ମୁଖ୍ୟ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଆଜି ଆୟୋଜନ ହେଉଛି। ବାହୁଡ଼ାଯାତ୍ରା ପାଇଁ ପୁରୀର ଶରଧାବାଲିରେ ଭକ୍ତମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ସମୟକ୍ରମେ ଶରଧାବାଲି ଲୋକାରଣ୍ୟ ହେବାରେ ଲାଗିଛି। ବର୍ଷାର ଚେତାବନୀ ସତ୍ତ୍ବେ ଗୁରୁବାର-ଶୁକ୍ରବାର ରାତିରେ ଭକ୍ତମାନେ ଶରଧାବାଲିରେ ଭିଡ଼ ଲଗାଇଥିଲେ।

ରାତି ସାରା ଭକ୍ତିରେ ହଜିଥିଲେ। ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ ଯାଇଥିବା ଜଗତରନାଥ ଶ୍ରୀ ଜଗନ୍ନାଥ ଆଜି ନୀଳକନ୍ଦର ଅଭିମୁଖେ ଫେରିବେ। ଏହି ଫେରିବା ରାସ୍ତାରେ ଲକ୍ଷଲକ୍ଷ ଭକ୍ତମାନଙ୍କର ସହିତ ବଡ଼ଦାଣ୍ଡରେ ଭାବ ବିନିମୟ କରିବେ। ମଣିମାଙ୍କ ନିକଟରେ ଭକ୍ତମାନେ ଗୁହାରି କରିବେ।

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪…

ଗତ ୧୯୭୫-୭୭ ଜରୁରୀ କାଳୀନ…

ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର…

ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଲା ପାଇଁ ଆଡ଼ପମଣ୍ଡପରେ ନୀତିକାନ୍ତି ଭୋର ୪ଟାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳ ଆଳତି ପରେ ମଇଲମ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ତଡ଼ପଲାଗି ଏବଂ ରୋଷହୋମ ‌ଶେଷ ହୋଇଛି। ସକାଳ ୫ଟା ରେ ଅବକାଶ, ୫ଟା ୧୪ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ବାରପାଳ ପୂଜା ହୋଇଛି। ଏହା ପରେ ୫ଟା ୪୫ରୁ୬ଟା ୪୫ ଗୋପାଳବଲ୍ଲବ ଓ ସକାଳ ଧୂପ ୭ଟାରୁ ୧୧ଟା ୩୦ରେ ସେନାପଟା ଲାଗି ଏବଂ ୧୧ଟା ୪୫ରେ ମଙ୍ଗଳାର୍ପଣ ହେବ। ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦, ବେଶ ଶେଷ: ୧ଟାରୁ ୨ଟା ୩୦, ଶ୍ରୀ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ୨ଟା ୩୦ରୁ ୩ଟା ୩୦, ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟାରେ ଶେଷ ହୋଇ ରଥଟଣା ଆରମ୍ଭ ଅପରାହ୍‌ଣ ୪ଟାରେ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News