Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦେଶୀ ପିସ୍ତଲ ସହ ୨ ଯୁବକ ଗିରଫ

ଦେଶୀ ପିସ୍ତଲ ସହ ୨ ଯୁବକ ଗିରଫ

ଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବେଲଗାଁ ଥାନା ପୋଲିସକୁ ନିୟମିତ ପେଟ୍ରୋଲିଂ ସମୟରେ ଏକ ବଡ଼ ସଫଳତା ମିଳିଛି। ସନ୍ଦେହଜନକ ଭାବେ ବୁଲୁଥିବା ଦୁଇ ଜଣ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଗୋଟିଏ ମାଗାଜିନ, ଦୁଇଟି ଜୀବନ୍ତ ଗୁଳି, ଦୁଇଟି ଖାଲି କାର୍ତ୍ତୁଜ, ଗୋଟିଏ ମେସିନ୍ ତେଲ ବୋତଲ ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ…

ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ…

ଇରାନକୁ ଦେବୁନି ପରମାଣୁ ଅସ୍ତ୍ର…

ହାତୀପଲ ଭିତରୁ ମା ହାତୀର ନୂଆ…

ଏହି ଘଟଣାରେ ଉଭୟଙ୍କୁ ଗିରଫ କରି ପୋଲିସ ଅସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡି. ପାଟପୁର ଗ୍ରାମର ରବି ସେଠୀ (୩୦), ପିତା- ଯୋଗୀ ସେଠୀ ଏବଂ ଶିବ ଜେନା (୨୪), ପିତା- ଟିକି ଜେନା। ଏନେଇ ବେଲଗାଁ ଥାନାରେ କେସ୍ ନଂ-୧୧୬, ତାରିଖ ୦7.୦8.2026ରେ ଅସ୍ତ୍ର ଆଇନର ଧାରା ୨୫(୧-ବି)/୨୫(୧-ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ନିୟମିତ ପେଟ୍ରୋଲିଂ ବେଳେ ଡି. ପାଟପୁର ଓ ବାଳକୃଷ୍ଣପୁର ମଧ୍ୟବର୍ତ୍ତୀ ରାସ୍ତାରେ ଦୁଇ ଯୁବକଙ୍କ ଚଳପ୍ରଚଳ ସନ୍ଦେହଜନକ ଲାଗିଥିଲା। ପୋଲିସ ସେମାନଙ୍କୁ ଅଟକାଇ ତଲାସି କରିବାରୁ ଉକ୍ତ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଯାଞ୍ଚ ସମୟରେ ଉଭୟ ଯୁବକ ମଦ୍ୟପାନ କରିଥିବା ଅବସ୍ଥାରେ ଥିବା ମଧ୍ୟ ଜଣାପଡ଼ିଥିଲା। ଜବତ ସମସ୍ତ ସାମଗ୍ରୀକୁ ପୋଲିସ ଜବତ ତାଲିକାଭୁକ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ପରେ କୋର୍ଟ ଚାଲାଣ କରିଛି।
ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଜବତ ଅସ୍ତ୍ର କେଉଁଠାରୁ ଆସିଥିଲା, କୌଣସି ଅପରାଧିକ ଉଦ୍ଦେଶ୍ୟରେ ଏହାର ବ୍ୟବହାର ହେବାର ଯୋଜନା ଥିଲା କି ନାହିଁ ଏବଂ ଏହା ପଛରେ ଆଉ କୌଣସି ଅପରାଧିକ ଚକ୍ର କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ସମସ୍ତ ଦିଗକୁ ନେଇ ବେଲଗାଁ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News