Dailyhunt
ବଜେଟ୍ ଅଧିବେଶନ ୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ବଜେଟ୍ ଅଧିବେଶନ ୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

୨୦୨୫ର ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ଭୋଧିତ କରିଛନ୍ତି । ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେବା ଅବସରରେ ଜ୍ଞାନ, ସମୃଦ୍ଧି ଏବଂ କଲ୍ୟାଣ ପ୍ରଦାନ କରୁଥିବା ଦେବୀ ଲକ୍ଷ୍ମୀଙ୍କୁ ସ୍ମରଣ କରିବାର ପ୍ରଥା ରହିଛି ।

ଦେଶର ପ୍ରତ୍ୟେକ ଗରିବ ଏବଂ ମଧ୍ୟବିତ୍ତ ସମ୍ପ୍ରଦାୟ ଉପରେ ବିଶେଷ ଆଶୀର୍ବାଦ ଦେବା ପାଇଁ ସେ ଦେବୀ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥିଲେ ।

ଭାରତ ଏହାର ଗଣତନ୍ତ୍ରର ୭୫ ବର୍ଷ ପୂରଣ କରିସାରିଛି, ଯାହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଉପଲବ୍ଧି ଗଣତାନ୍ତ୍ରିକ ଦୁନିଆରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ଯାହା ଭାରତର ଶକ୍ତି ଏବଂ ମହତ୍ତ୍ୱକୁ ପ୍ରଦର୍ଶିତ କରୁଛି ।

ତୃତୀୟ ଥର ପାଇଁ ସରକାର ଗଠନ କରିବାର ଦାୟିତ୍ୱ ଦେଇଥିବାରୁ ଦେଶର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ତାଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ସମ୍ପୂର୍ଣ୍ଣ ବଜେଟ୍ ଅଧିବେଶନ । ପ୍ରଧାନମନ୍ତ୍ରୀ ବିଶ୍ୱାସର ସହ କହିଛନ୍ତି ଯେ, ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତୀ ପାଳନ କରିବ, ସେହି ସମୟ ସୁଦ୍ଧା ବିକଶିତ ଦେଶ ହେବାର ଏହାର ଲକ୍ଷ୍ୟ ହାସଲ କରିବ । ଏହି ବଜେଟ୍ ଅଧିବେଶନ ନୂତନ ଆତ୍ମବିଶ୍ୱାସ ଏବଂ ଉତ୍ସାହ ସୃଷ୍ଟି କରିବ ଏବଂ ୧୪୦ କୋଟି ନାଗରିକ ସାମୂହିକ ଭାବରେ ଏହି ସଂକଳ୍ପ ପୂରଣ କରିବେ ।

ହାରିଲେ କେଜ୍ରିୱାଲ ଓ ସିସୋଦିଆ,…

ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତି…

ମହାକୁମ୍ଭ ୨୦୨୫: ପ୍ରୟାଗରାଜ…

ଅଙ୍ଗୁର ଲାଭଦାୟକ ଗୁଣ…

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତୃତୀୟ ଅବଧିରେ ସରକାର ଭୌଗଳିକ, ସାମାଜିକ କିମ୍ବା ବ୍ୟାପକ ଆର୍ôଥକ ବିକାଶ ଦିଗରେ ମିଶନ ମୋଡରେ ଆଗକୁ ବଢ଼ୁଛନ୍ତି । ସେ ଦର୍ଶାଇଛନ୍ତି ଯେ, ନବସୃଜନ, ଅନ୍ତର୍ଭୁକ୍ତୀକରଣ ଏବଂ ପୁଞ୍ଜି ନିବେଶ କ୍ରମାଗତ ଭାବରେ ଦେଶର ଆର୍ଥିକ ରୋଡମ୍ୟାପର ମୂଳଦୂଆ ପାଲଟିଛି । ଏହି ଅଧିବେଶନରେ ଅନେକ ଐତିହାସିକ ବିଲ୍ ଏବଂ ପ୍ରସ୍ତାବ ଉପରେ ଆଲୋଚନା କରାଯିବ, ଯାହା ଦ୍ୱାରା ଦେଶକୁ ଅଧିକ ସୁଦୃଢ଼ କରାଯାଇ ପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ମହିଳାମାନଙ୍କର ସମ୍ମାନକୁ ପୁନଃପ୍ରତିଷ୍ଠା କରିବା ସହ ଧାର୍ମିକ ତଥା ସାମ୍ପ୍ରଦାୟିକ ପାର୍ଥକ୍ୟରୁ ମୁକ୍ତ ପ୍ରତ୍ୟେକ ମହିଳା ପାଇଁ ସମାନ ଅଧିକାର ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହି ଲକ୍ଷ୍ୟ ହାସଲ ପାଇଁ ଚଳିତ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଦ୍ରୁତ ବିକାଶ ହାସଲ କରିବା ପାଇଁ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ, ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣରେ ପରିବର୍ତ୍ତନ ଆସିବ ।

ଭାରତ ଅପାର ଯୁବ ଶକ୍ତି ଥିବା ଏକ ଯୁବ ରାଷ୍ଟ୍ର ବୋଲି ଜୋର ଦେଇ କହିବା ସହ ଆଜି ୨୦-୨୫ ବର୍ଷ ବୟସର ଯୁବକମାନେ ୪୦-୪୫ ବର୍ଷ ବୟସରେ ପହଞ୍ôଚବା ପରେ ବିକଶିତ ଭାରତର ସବୁଠାରୁ ବଡ ହିତାଧିକାରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେମାନେ ନୀତି ନିର୍ଦ୍ଧାରଣରେ ପ୍ରମୁଖ ପଦବୀରେ ରହିବେ ଏବଂ ଗର୍ବର ସହିତ ଏକ ବିକଶିତ ଭାରତକୁ ଆଗାମୀ ଶତାବ୍ଦୀରେ ନେତୃତ୍ୱ ନେବେ ।

ଏକ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ପ୍ରୟାସ ବର୍ତ୍ତମାନର କିଶୋର ଏବା ଯୁବ ପିଢ଼ି ନିମନ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ହେବ । ସେ ଏହାର ତୁଳନା ୧୯୩୦ ଏବଂ ୧୯୪୦ ଦଶକରେ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଯୁବକମାନଙ୍କ ସହ କରିଥିଲେ, ଯେଉଁମାନଙ୍କର ଉଦ୍ୟମ ଯୋଗୁଁ ୨୫ ବର୍ଷ ପରେ ସ୍ୱାଧୀନତାର ଉତ୍ସବ ପାଳନ କରାଯାଇଥିଲା । ସେହିପରି ଆଗାମୀ ୨୫ ବର୍ଷ ସମୃଦ୍ଧ ତଥା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଉତ୍ସର୍ଗୀକୃତ ବୋଲି ସେ କହିଛନ୍ତି । ଏହି ବଜେଟ୍ ଅଧିବେଶନରେ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ଦୃଢ଼ କରିବାରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯୁବ ସାଂସଦମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ, କାରଣ ଗୃହରେ ସେମାନଙ୍କର ସକ୍ରିୟ ଯୋଗଦାନ ଏବଂ ସଚେତନତା ସେମାନଙ୍କୁ ଏକ ବିକଶିତ ଭାରତର ପରିଣାମ ଦେଖିବାକୁ ସୁଯୋଗ ଦେବ ।

ବଜେଟ୍ ଅଧିବେଶନ ଦେଶର ଆକାଂକ୍ଷାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବୋଧହୁଏ ୨୦୧୪ ପରଠାରୁ ଏହା ହେଉଛି ପ୍ରଥମ ସଂସଦୀୟ ଅଧିବେଶନ ଯେଉଁଥିରେ ଅଧିବେଶନ ପୂର୍ବରୁ ବିଦେଶୀ ଉତ୍ସରୁ ବିଶୃଙ୍ଖଳା ସୃଷ୍ଟି କରିବାର କୌଣସି ପ୍ରୟାସ କରାଯାଇ ନାହିଁ । ଗତ ୧୦ ବର୍ଷ ଧରି ପ୍ରତ୍ୟେକ ଅଧିବେଶନ ପୂର୍ବରୁ ସର୍ବଦା ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା ଚାଲିଛି, ଏବଂ ଏପରି ଲୋକମାନଙ୍କର ଅଭାବ ନାହିଁ ଯେଉଁମାନେ ଏହି ସମସ୍ୟାକୁ ବଢ଼ାଇବା ପାଇଁ ସବର୍ଦା ତତ୍ପର ରହିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି ପ୍ରଥମ ଅଧିବେଶନ, ଯେଉଁଥିରେ କି କୌଣସି ବିଦେଶୀ ଉତ୍ସରୁ ବିଶୃଙ୍ଖଳା ସୃଷ୍ଟି କରାଯାଇ ନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News