Dailyhunt
ବୌଦ୍ଧ କୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ

ବୌଦ୍ଧ କୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ

301 କିମି ଦୈର୍ଘ୍ୟ ନିର୍ମାଣାଧୀନ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । 16.27 କିମି ଦୈର୍ଘ୍ୟ ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇ ଆଜି ନୂତନ ଲାଇନରେ ଇଞ୍ଜିନ ରୋଲିଂ ସଫଳତାର ସହିତ ସମ୍ପାଦନ କରାଯାଇଅଛି । ଏହା ବ୍ୟତୀତ, 29.75 କିମି ଦୈର୍ଘ୍ୟ ସୋନପୁର-ପୁରୁଣାପାଣି-ଝରମୁଣ୍ଡା ମଧ୍ୟରେ ଥିବା ରେଳ ସେକ୍ସନ ମଧ୍ୟ ପୂର୍ବରୁ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା କିଛି ଦିନ ପୂର୍ବରୁ ନିରୀକ୍ଷଣ କରାଯାଇଥିଲା ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ 301 କିଲୋମିଟର ମଧ୍ୟରୁ 183 କିଲୋମିଟର ରେଳ ଲାଇନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି । ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି । ଅଦ୍ୟାବଧି ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଝରମୁଣ୍ଡା ପର୍ଯ୍ୟନ୍ତ 77 କିଲୋମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇଛି। ଏହା ବ୍ୟତୀତ ଝରମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ 16.27 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗର ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି । ପ୍ରାୟ 27 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ବୌଦ୍ଧ ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଏହି ରେଳ ସେକ୍ସନ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।

ପଇଡ ପାଣିର ଉପକାରିତା ବିଷୟରେ…

ଏଲପିଜି କମର୍ସିଆଲ ଗ୍ୟାସ୍ ଦର…

କୋରାପୁଟ-ସିଙ୍ଗାପୁର ରୋଡ୍…

ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା…

ସୋନପୁର-ପୁରୁଣାପାଣି-ଝରମୁଣ୍ଡା ରେଳ ସେକ୍ସନରେ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, 07 ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, 04 ରୋଡ୍ ଓଭର ବ୍ରିଜ୍ (ROBs), 22 ରୋଡ୍ ଅଣ୍ଡର ବ୍ରିଜ୍ (RUBs) / ସୀମିତ ଉଚ୍ଚତା ସବୱେ (LHS) ଏବଂ 65 ଟି ଛୋଟ ବ୍ରିଜ୍ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ମଧ୍ୟରେ 06 ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, 01 ରୋଡ୍ ଓଭର ବ୍ରିଜ୍, 12 ରୋଡ୍ ଅଣ୍ଡର ବ୍ରିଜ୍ (RUBs) / ସୀମିତ ଉଚ୍ଚତା ସବୱେ (LHS) ଏବଂ 37 ଟି ଛୋଟ ବ୍ରିଜ୍ ସହିତ 16.05 ଲକ୍ଷ କମ ମାଟି କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହା ଦ୍ୱାରା ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ବର୍ତ୍ତମାନ ରେଳ ନେଟୱର୍କ ମାଧ୍ୟମରେ ପଶ୍ଚିମ ଓଡିଶା ସହିତ ସଂଯୋଗ ହୋଇପାରିଛି ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏହି ସାର୍ବଜନୀନ କେନ୍ଦ୍ର ପ୍ରକଳ୍ପ, ଦୂରବର୍ତ୍ତୀ ଉପାନ୍ତ ଅଞ୍ଚଳ ସହିତ ସଂଯୋଗ କରାଯାଇଛି ଏହାକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ତୀକ୍ଷ୍ଣ ନଜର ରଖାଯାଇଛି । ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତିକୁ ଲକ୍ଷ୍ୟ କରି ରେଳବାଇ ପାର୍ଶ୍ୱରୁ ଏହି ପ୍ରକଳ୍ପ ନିର୍ମାଣ କରୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News