Dailyhunt
ବିଜେପି ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ବିଜେପି ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ରାଇରଙ୍ଗପୁର: ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବିଜେପି ବିଧାୟକ ଜଲେନ ନାଏକଙ୍କ ବିରୋଧରେ ପ୍ରେମ ପ୍ରତାରଣା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ବିଧାୟକ ଖଣ୍ଡନ କରିଥିବା ବେଳେ ପୁଲିସ ଘଟଣା ସମ୍ପର୍କରେ ଅବଗତ ରହିଛି ଓ ଅଭିଯୋଗ ସମ୍ପର୍କରେ ଆବଶ୍ୟକ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଲେଙ୍କାଙ୍କ ଅଭିଯୋଗ ଅନୁସାରେ, ଜଲେନ ନାୟକଙ୍କ ସହ ତାଙ୍କର ୩୨ ବର୍ଷ ଧରି ନିବିଡ ସମ୍ପର୍କ ରହିଥିଲା।

କିନ୍ତୁ ବିଧାୟକ ହେବା ପେରେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି। ୩୨ ବର୍ଷ ମଧ୍ୟରେ ଜଲାନ ତାଙ୍କ ଟିକଟରୁ ଲକ୍ଷାଧିକ ଟଙ୍କା ବିଭିନ୍ନ ସୟରେ ନେଇଛନ୍ତି। ଏହି ଟଙ୍କା ଫେରାଇବା ସହ ତାଙ୍କୁ ପତ୍ନୀର ମର୍ଯ୍ୟାଦା ଦେବାକୁ ଦାବି କରିଛନ୍ତି। ଆରତୀ, ନିଜ ଭାଇ ଅଭିରାମ ଲେଙ୍କା ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସକୁ ସୁରକ୍ଷା ମାଗିଛନ୍ତି। ଏ ନେଇ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି ସେନାପତି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଘଟଣା ସମ୍ବନ୍ଧରେ ସେ ଅବଗତ ଅଛନ୍ତି। ତଦନ୍ତ ପରେ ଆଇନାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟକ ଜଲେନ ନାଏକ କହିଛନ୍ତି, ସେ ସେଲୁନରେ ଥିବା ସମୟରେ ଉକ୍ତ ମହିଳା ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ।

ବିଲକୁ ଖତ ନେଇଯାଇଥିଲେ, ବଜ୍ରପାତରେ…

ଜିତୁଙ୍କ ଆକାଉଂଟ୍‌କୁ ଆସିଲା ୧୦…

ମହିଳାଙ୍କ ଏଭଳି ଆଚରଣ ଦେଖି ସେ ସେଠାରୁ ବିବତ୍ର ହୋଇ ପଳାଇ ଆସିଥିଲେ। ଏହି ସମୟରେ ଉକ୍ତ ମହିଳାଜଣକ ତାଙ୍କ କାରକୁ ପଥର ମାଡ଼ କରି କାଚ ଭାଙ୍ଗିଥିଲେ। ମହିଳାଙ୍କୁ ଟଣାଓଟରା କିମ୍ବା ଘୋଷାଡ଼ି ମାଡ ମରାଯାଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମରେ ପ୍ରସାର କରାଯାଉଥିବା କଥା ମିଥ୍ୟା ଅଟେ। ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଓ ମିଥ୍ୟା ଅଭିଯୋଗ କରାଯାଉଛି। ବର୍ତମାନ ସେ କିଛି ଜରୁରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ଠିକ୍‌ ସମୟ ଆସିଲେ ତାହାର ଉଚିତ୍‌ ଜବାବ୍‌ ଦେବେ। ଅପରପକ୍ଷରେ, ଉକ୍ତ ଘଟଣାରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରାଇରଙ୍ଗପୁରର ଏସଡିପିଓ ବୀରେନ୍ଦ୍ର କୁମାର ସେନାପତିଙ୍କ ସହିତ ଭେଟି ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ମହିଳାଙ୍କୁ ସୁରକ୍ଷା ଦେବାକୁ ଦାବି କରାଯାଇଛି। ଏଥିସହିତ ଘଟଣାର ସମ୍ପୂର୍ଣ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ମହିଳାଙ୍କୁ ଭେଟି ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଉକ୍ତ ସଭାରେ ଜିଲ୍ଲା ସଭାପତି ଡା ଦେବାଶିଷ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ, ପୂର୍ବତନ ଭର୍ଜା ବିଭାଗ ପରାମର୍ଶଦାତା ଦୀପ୍ତିମାନ ବାଲ, ଉପ-ସଭାପତି ସ୍ୱରୂପ ବେହେରା, ପୂର୍ବତନ ଶକ୍ତି ବିଭାଗର ଉପଦେଷ୍ଟା ଦୀପ୍ତିମାନ ବଳ, ତନୁଜା ମହାନ୍ତଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ତିରିଂ ଥାନା ଅନ୍ତର୍ଗତ ରତନସାହିଠାରେ ଅଁଳାଯୋଡି ଗ୍ରାପ ଟିଖିଆ ଗ୍ରାମର ବନମାଳୀ ବାରିକଙ୍କ ସେଲୁନରେ ବିଧାୟକ ଶ୍ରୀ ନାଏକ ବସିଥିବାବେଳେ ମହିଳା ଆରତୀ ଲେଙ୍କାଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ଆରତୀ ଜଲାନଙ୍କ କାର୍‌ କାଚକୁ ପଥରରେ ବାଡେଇ ଭାଙ୍ଗିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News