Dailyhunt
ବିନା କାରଣରେ ଆକାଉଂଟକୁ ଅଚଳ କରିପାରିବନି ପୁଲିସ

ବିନା କାରଣରେ ଆକାଉଂଟକୁ ଅଚଳ କରିପାରିବନି ପୁଲିସ

ଟକ: ସକ୍ରିୟ ବ୍ୟବସାୟ ଅନୁଷ୍ଠାନର ସମ୍ପୂର୍ଣ୍ଣ ପାଣ୍ଠିକୁ ସିଜ୍‌ କରିପାରିବନି ପୁଲିସ। ଏକ ମାମଲାର ଶୁଣାଣି ସମୟରେ ଏଭଳି ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଅପରାଧିକ ତଦନ୍ତ ସମୟରେ ପୁଲିସ ବ୍ୟାଙ୍କ ଆକାଉଂଟ୍‌ ଫ୍ରିଜ୍‌ କରିପାରିବ, କିନ୍ତୁ ବିନା କୌଣସି ନିର୍ଦ୍ଦିଷ୍ଟ କାରଣ ବା ଆଧାରରେ ଜଣେ ବ୍ୟବସାୟୀଙ୍କ ସମ୍ପୂର୍ଣ୍ଣ ଆକାଉଂଟ୍‌ ବନ୍ଦ କରିବା ଅନୁଚିତ।

ଗଜପତି ଜିଲ୍ଲାର ଜଣେ ଏଲପିଜି ବିତରକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଏସ୍‌.କେ. ପାଣିଗ୍ରାହୀଙ୍କ ଏକକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଅଭିଯୋଗକାରୀ ଏବଂ ଜଣେ ନିର୍ଦ୍ଦୋଷ ଆକାଉଂଟ୍‌ଧାରୀଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ।

କାଠଚୁଲି ଯୁଗକୁ ଫେରିବା ସାର

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ…

ସହର ଗଳିକନ୍ଦି ଓ ଗ୍ରାମାଂଚଳରେ…

ଝଓଜରୁ ଜଣେ ଯୋଗ୍ୟ ଭୋଟର ଯେମିତି…

ସମ୍ପୂର୍ଣ୍ଣ ଆକାଉଂଟ୍‌ ଫ୍ରିଜ୍‌ କରିବା ଦ୍ୱାରା ବ୍ୟବସାୟରେ ଅଯଥା ବାଧା ସୃଷ୍ଟି ହେଉଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ଈଘଝଝ) ଧାରା ୧୦୬ ଅନୁଯାୟୀ ପୁଲିସ ପକ୍ଷେ ଆକାଉଂଟ୍‌ ଫ୍ରିଜ୍‌ କରିବା କ୍ଷମତା ବେଆଇନ ନୁହେଁ, କିନ୍ତୁ ସନ୍ଦେହଜନକ ଟଙ୍କାର ପରିମାଣ ଚିହ୍ନଟ ନକରି ପୂରା ଚଳନ୍ତି ଖାତା ବନ୍ଦ କରିବା "ଅସଙ୍ଗତ"। ବ୍ୟାଙ୍କ ଆକାଉଂଟ୍‌ ଫ୍ରିଜ୍‌ ସମ୍ବନ୍ଧୀୟ ବିବାଦ ବଢୁଥିବାରୁ, ଏଥିପାଇଁ ଏକ ଜାତୀୟ ନୀତି ଏବଂ ଝଙଚ ପ୍ରସ୍ତୁତ କରିବାକୁ କୋର୍ଟ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି।

କେରଳର ତିରୁଅନନ୍ତପୁରମ ସାଇବର ପୁଲିସର ଏକ ଇ-ମେଲ୍‌ ଆଧାରରେ ପାରଳାଖେମୁଣ୍ଡି ସ୍ଥିତ ଏହି ବ୍ୟବସାୟୀଙ୍କ ଆକାଉଂଟ୍‌କୁ ସେପ୍‌ଟେମ୍ବର ୨, ୨୦୨୫ରେ ଫ୍ରିଜ୍‌ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ବ୍ୟବସାୟୀ ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସାଇବର ପୁଲିସକୁ ଦୁଇ ସପ୍ତାହ ମଧ୍ୟରେ ସନ୍ଦେହଜନକ ଅର୍ଥରାଶି ଚିହ୍ନଟ କରିବାକୁ କହିଛନ୍ତି ଏବଂ କେବଳ ସେତିକି ଟଙ୍କା ଅଟକ ରଖି ବାକି ଅର୍ଥ ବ୍ୟବସାୟ ପାଇଁ ଛାଡ଼ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News