Dailyhunt
ବ୍ଲୁ ଇକୋନୋମି ସମିଟ୍-୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍

ବ୍ଲୁ ଇକୋନୋମି ସମିଟ୍-୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍

ଭୁବନେଶ୍ୱର,:- ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍-୨୦୨୬ ଅବସରରେ ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚନ କରିଛନ୍ତି।

ଏହା ମାଧ୍ୟମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳବର୍ତ୍ତୀ ଅଞ୍ଚଳର ସମୃଦ୍ଧିକୁ ନୂତନ ଗତି ଦେବା ଲକ୍ଷ୍ୟ ରହିଛି।ରାଜ୍ୟର ୪୮୦ କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳରେଖା ଓଡ଼ିଶାକୁ ବ୍ଲୁ ଇକୋନୋମି କ୍ଷେତ୍ରରେ ବିଶେଷ ରଣନୈତିକ ସୁବିଧା ପ୍ରଦାନ କରୁଥିବା କଥା ଉଲ୍ଲେଖ କରି ଶ୍ରୀମତୀ ପାଢୀ କହିଥିଲେ ଯେ, ଏହି ସମ୍ଭାବନାକୁ ସ୍ଥାୟୀ ଓ ପରିବେଶ-ସମନ୍ୱିତ ଉନ୍ନୟନରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ପ୍ରଳୟ ରଚିଲା କାଳବୈଶାଖୀ

ଆଜି ରାଜ୍ୟସଭା ଭୋଟ୍‌, ୫…

SCBରେ ହଠାତ୍ ଲାଗିଲି ନିଆଁ:-…

ଏହି ରୋଡମ୍ୟାପ୍‌ର କେନ୍ଦ୍ରବିନ୍ଦୁ ହେଉଛି 'ପୋର୍ଟ-ଲେଡ୍ ଅର୍ବାନାଇଜେସନ୍' ରଣନୀତି। ଏହା ଅନୁଯାୟୀ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରକୁ କେନ୍ଦ୍ର କରି ବ୍ଲୁ ଇକୋନୋମି ଇଣ୍ଡଷ୍ଟ୍ରିଆଲ୍ ହବ୍ ଗଢ଼ିଉଠିବ, ଯାହା ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଗ୍ରୀନ୍ ସିପିଂ ଓ କୃତ୍ରିମ ବୁଦ୍ଧିମତା ଆଧାରିତ ସାମୁଦ୍ରିକ ପରିଚାଳନା ଭଳି ଉଦୀୟମାନ କ୍ଷେତ୍ରରେ ନିବେଶ ଓ ନବସୃଜନକୁ ଉତ୍ସାହିତ କରିବ।

ସେ କହିଥିଲେ ଯେ, ଡିଜିଟାଲ୍ ରୂପାନ୍ତରଣ, ଶିଳ୍ପ ଦକ୍ଷତା ବୃଦ୍ଧି ଓ ବ୍ୟବସାୟ କରିବାର ସହଜତା(Ease of Doing Business) ଉଦ୍ୟମ ମାଧ୍ୟମରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀ ଓ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ଆକର୍ଷଣୀୟ ଗନ୍ତବ୍ୟରେ ପରିଣତ କରାଯାଉଛି।ସମାବେଶୀ ବିକାଶକୁ ଗୁରୁତ୍ୱ ଦେଇ ସେ ଉଲ୍ଲେଖ କରିଥିଲେ ଯେ, ନୀଳ ଅର୍ଥନୀତିର ବିକାଶ ସହିତ ଉପକୂଳ ପରିବେଶ ସୁରକ୍ଷା ଓ ସ୍ଥାନୀୟ ସମୁଦାୟର କଲ୍ୟାଣକୁ ସମାନ ଗୁରୁତ୍ୱ ଦିଆଯାଉଛି।

ସମନ୍ୱିତ ଉପକୂଳ କ୍ଷେତ୍ର ପରିଚାଳନା, ସି-ଉଇଡ୍ ଚାଷ ଓ ପରିବେଶ-ଅନୁକୂଳ ସାମୁଦ୍ରିକ ପର୍ଯ୍ୟଟନକୁ ଏହି ରଣନୀତିର ପ୍ରମୁଖ ଅଂଶ ଭାବେ ଚିହ୍ନଟ କରାଯାଇଛି।ଶ୍ରୀମତୀ ପାଢୀ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଆଧୁନିକ ନବସୃଜନର ସମନ୍ୱୟ ମାଧ୍ୟମରେ ରାଜ୍ୟ ଭବିଷ୍ୟତରେ ସ୍ଥାୟୀ ସାମୁଦ୍ରିକ ଶାସନ ଓ ବ୍ଲୁ ଇକୋନୋମି କ୍ଷେତ୍ରରେ ଜାତୀୟ ଓ ବିଶ୍ୱସ୍ତରୀୟ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News