Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇରାନକୁ ଦେବୁନି ପରମାଣୁ ଅସ୍ତ୍ର ହାସଲ କରିବାକୁ

ଇରାନକୁ ଦେବୁନି ପରମାଣୁ ଅସ୍ତ୍ର ହାସଲ କରିବାକୁ

ରାନ ଯଦି ଆମେରିକା କିମ୍ବା ଆରବ ଦେଶ ସହ କୌଣସି ବୁଝାମଣା କରି ପରମାଣୁ ଅସ୍ତ୍ର ହାସଲ କରିବାକୁ ଯୋଜନା କରେ ତେବେ ଇସ୍ରାଏଲ ଏହାକୁ ସଫଳ ହେବାକୁ ଦେବ ନାହିଁ।ଆଉ ଯଦି ଆମେରିକା ସହ ବୁଝାମଣା ନ କରି ନିଜ କ୍ଷମତା ବଳରେ ଇରାନ ଯଦି ପରମାଣୁ ଅସ୍ତ୍ର ତିଆରି କରେ ତେବେ ଇସ୍ରାଏଲ ଏହାକୁ ପ୍ରତିରୋଧ କରିବ। ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବୁ ନାହିଁ ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ କହିଛନ୍ତି ।

ସ୍ୱାଧୀନତା ଦିବସରେ ଅବସର କର୍ମଚାରୀ…

ବିଭାଜନ ବିଭୀଷିକା ସ୍ମୃତି ଦିବସ'ରେ…

ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ବିଭିନ୍ନ…

ପୋଲସରାରେ ୮୦ତମ ସ୍ୱାଧୀନତା ଦିବସ…

ରବିବାର ଅନୁଷ୍ଠିତ ଇସ୍ରାଏଲ ମନ୍ତ୍ରିମଣ୍ଡଳ ବୈଠକରେ କହିଛନ୍ତି, 'ମୁଁ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅଛି, ଇରାନକୁ କେବେହେଲେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବି ନାହିଁ।ସ୍ପଷ୍ଟ କରିଛନ୍ତି ଯେ ଆଞ୍ଚଳିକ କିମ୍ବା ଅନ୍ତର୍ଜାତୀୟ ସ୍ତରରେ କୂଟନୈତିକ ଆଲୋଚନା ଯାହା ବି ହେଉନା କାହିଁକି, ଇସ୍ରାଏଲ୍ ନିଜର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବ।\

ଆମେରିକା ଓ କେତେକ ଆରବ ରାଷ୍ଟ୍ର ଇରାନ ସହିତ ଶାନ୍ତି କିମ୍ବା ଆଣବିକ ଚୁକ୍ତି ପାଇଁ ଚେଷ୍ଟା ଚଳାଇଥିବା ବେଳେ ଇସ୍ରାଏଲର ଏହି କଠୋର ଆଭିମୁଖ୍ୟ ସାମ୍ନାକୁ ଆସିଛି। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଇସ୍ରାଏଲ୍ ନିଜ ଅସ୍ତିତ୍ୱ ପ୍ରତି ଏକ ବଡ଼ ବିପଦ ଭାବେ ଦେଖିଆସୁଛି। ଇରାନକୁ ପରମାଣୁ ଅସ୍ତ୍ର ତିଆରିରୁ ରୋକିବା ପାଇଁ ଉଭୟ ଆମେରିକା ଓ ଇସ୍ରାଏଲ ଏବେ ଏହା ଉପରେ ଆକ୍ରମଣ ଚଳାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News