Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଧାନ ଉଠାଣ ଅବହେଳା ପ୍ରତିବାଦ: ମାଲକାନଗିରି ବନ୍ଦ ପାଳିତ

ଧାନ ଉଠାଣ ଅବହେଳା ପ୍ରତିବାଦ: ମାଲକାନଗିରି ବନ୍ଦ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମଣ୍ଡିରେ ପଡ଼ି ରହିଛି ହଜାର ହଜାର କୁଇଂଟାଲ ଧାନ। ଅଦିନିଆ ବର୍ଷାରେ ଗଜା ହେଲାଣି ଚାଷୀର କଷ୍ଟ ଉପାର୍ଜିତ ଶସ୍ୟ। ଏଭଳି ସ୍ଥିତିରେ ମାଲକାନଗିରିରେ ମଣ୍ଡି ଅବ୍ୟବସ୍ଥା ଓ ଧାନ ଉଠାଣରେ ବିଳମ୍ବକୁ ନେଇ ରଣହୁଙ୍କାର ଦେଇଥିଲା ଜିଲ୍ଲା କଂଗ୍ରେସ।

ବୁଧବାର ୧୨ ଘଂଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା।

ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ମଣ୍ଡିରୁ ଧାନ ନ ଉଠିବା, ଟୋକନ୍‌ ବାତିଲ୍‌ ହେବା ଏବଂ ଚାଷୀଙ୍କୁ ଉପଯୁକ୍ତ ବୋନସ୍‌ ନମିଳିବା ଭଳି ୪ ଦଫା ଦାବି ନେଇ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ।

ମାନବାଧିକାର ଆୟୋଗ ଅଧ୍ୟକ୍ଷ ହେଲେ…

କାଳବୈଶାଖୀ ପରେ ଚାଷୀଙ୍କ ଚିନ୍ତା…

ସାମାଜିକ ମୁଖ୍ୟସ୍ରୋତରେ ୬ ମାଓବାଦୀ…

ଏମ୍‌ସରେ ମାନବାଧିକାର ଶିକ୍ଷା ଏବଂ…

ଜିଲ୍ଲାର ପ୍ରମୁଖ ସହର ମାଲକାନଗିରି ସମେତ କାଲିମେଳା, ବାଲିମେଳା, ମାଥିଲି, ପୋଟେରୁ ଓ ଚିତ୍ରକୋଣ୍ଡା ଅଞ୍ଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଯାତାୟାତ ପ୍ରଭାବିତ ହୋଇଥିଲା। ବସ୍‌ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା।

ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା। ଅଦିନିଆ ବର୍ଷା ଓ କାଳବୈଶାଖୀ ଯୋଗୁଁ ଯେଉଁ ଚାଷୀଙ୍କ ଧାନ ଗଜା ହୋଇଛି କିମ୍ବା ନଷ୍ଟ ହୋଇଛି, ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା। ଓ ଚାଷୀଙ୍କୁ ୩ ବର୍ଷର ଶାଳିବସ୍ତା ଟଙ୍କା ଫେରସ୍ତ କରିବା। ସାମଗ୍ରୀ ଯୋଗାଣ, ଗ୍ୟାସ୍‌, ଡିଜେଲ ଓ ପେଟ୍ରୋଲ ସଠିକ୍‌ ସମୟରେ ଯୋଗାଇ ଦେବା ଦାବି କରାଯାଇଥିଲା। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରାଯାଇଥିଲା। ଆଜିର ଏହି ଆନ୍‌ଦୋଳନରେ ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର,ସଂପାଦକ ପଦ୍ମ ରଂଜନ ପାଙ୍ଗି, ଭୀମା ବାରସେ, ଜଗଦିଶ ପାଳ, ପ୍ରାଣକୃଷ୍ଣ ମଣ୍ଡଳ, କୃଷ୍ଣ ଚନ୍ଦ୍ର ଅନୁଗୁ, କେଶୁ ରାଓ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News