Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାମାଜିକ ମୁଖ୍ୟସ୍ରୋତରେ ୬ ମାଓବାଦୀ ସାମିଲ

ସାମାଜିକ ମୁଖ୍ୟସ୍ରୋତରେ ୬ ମାଓବାଦୀ ସାମିଲ

ମାଲକାନଗିରି: ସୀମାନ୍ତ ଛତିଶଗଡ ଜଂଗଲରେ ରହି ହିଂସା ଘଟାଉଥିବା ପୁଣି ୬ ନକ୍ସଲ ଜଂଗଲରୁ ବାହାରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସରକାରଙ୍କ ଧାର୍ଯ୍ୟ ଟାର୍ଗେଟ ସମୟ ସୀମା ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ଜଂଗଲରେ ରହୁଥିବା ନକ୍ସଲ ଏବେ ଅସ୍ତ୍ରଶସ୍ତ୍ର ସମେତ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ କାଂକେର ଜିଲ୍ଲାର ରାଜନନ୍ଦଗାଓ ଓ କାଂକେର ଡିଭିଜନ କମିଟିର ୬ ନକ୍ସଲ ପୁଲିସ ନିକଟରେ ପହଂଚିଛନ୍ତି।

ପୂର୍ବତନ ବିଧାୟକ ତଥା ସାଂସଦ…

ଭୁବନେଶ୍ୱରରେ ସ୍ଥଳସେନା ମୁଖ୍ୟ

ଓଡ଼ିଶାକୁ ୧୩ ଗୁଣ ବଢ଼ିଛି ରେଳବାଇ…

ଏମାନେ ହେଲେ ଏସିଏମ ମଙ୍ଗେଶ ପଡିଆମି, ଏସିଏମ ଗଣେଶ ବିକେ,ଏସିଏମ ମଙ୍ଗଲି ଜୁରୀ, ଏସିଏମ ହିଡମେ ମାରକାମ, ଏସିଏମ ରାଜେ ଏବଂ ପିପିସିଏମ ସଦସ୍ୟ ସ୍ୱରୂପା ଉସେଣ୍ଡି। ଏମାନେ ଗୋଟିଏ ଏସଏଲଆର, ୩ଟି ୩୦୩ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। କାଂକେର ଜିଲ୍ଲା ପୁଲିସ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି।

ନକ୍ସଲ ସରକାରଙ୍କର ଲଗାତାର ଅପରେସନ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଥିବା କୁହାଯାଇଛି। ଗତ ୨୬ ମାସରେ ରାଜ୍ୟରେ ୨୭୦୦ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଶେଷ ସମୟ ଯେତେ ପାଖେଇ ଆସୁଛି ଜଂଗଲରେ ରହିଯାଇଥିବା ନକ୍ସଲ ସେତେ ପୁଲିସ ନିକଟରେ ପହଂଚୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News