Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୀଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ତୀବ୍ର ଜନଆକ୍ରୋଶ ଓ ବିରୋଧ ପ୍ରଦର୍ଶନ ପରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। "କକ୍ରୋଚ୍ ଜନତା ପାର୍ଟି" (ସିଜେପି), ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବି ଓ ଆନ୍ଦୋଳନ ଆଗରେ ନଇଁ ଶେଷରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସିଜେପି ନେତୃତ୍ୱାଧୀନ ଆନ୍ଦୋଳନର ମୁଖ୍ୟ ଦାବି ଥିଲା ଶିକ୍ଷାମନ୍ତ୍ରୀ ଇସ୍ତଫା।

ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪…

ଗତ ୧୯୭୫-୭୭ ଜରୁରୀ କାଳୀନ…

ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର…

ଗତ କିଛି ସପ୍ତାହ ଧରି ଜାତୀୟ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ଓ ବିରୋଧୀ ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିଲା। ଶିକ୍ଷା ମନ୍ତ୍ରଣାଳୟର ଉତ୍ତରଦାୟିତ୍ୱ ଦାବି କରି ମନ୍ତ୍ରୀଙ୍କ ଇସ୍ତଫା ଦାବି ହେଉଥିବା ବେଳେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଶ୍ରୀ ପ୍ରଧାନ।

ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ଧର୍ମେନ୍ଦ୍ର ପ୍ରଧାନ x ଲେଖିଛନ୍ତି ଯେ, "ଦେଶର କୌଣସି ବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ମଧ୍ୟରେ ଛନ୍ଦି ହେବା ଉଚିତ ନୁହେଁ। ପିଲାମାନେ ନିଜର ବହୁମୂଲ୍ୟ ସମୟ ପାଠପଢ଼ା ଏବଂ କ୍ୟାରିୟର ଗଠନରେ ବିତାଇବା ଆବଶ୍ୟକ। ବର୍ତ୍ତମାନର ଏହି ସ୍ଥିତିର ସୁଯୋଗ ନେଇ କୌଣସି ଦେଶବିରୋଧୀ ଶକ୍ତି ଯେପରି ଅପଚେଷ୍ଟା ନ କରନ୍ତୁ, ସେଥିପାଇଁ ମୁଁ ନୈତିକତା ଦୃଷ୍ଟିରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମୋର ଇସ୍ତଫା ପତ୍ର ପଠାଇ ଦେଇଛି।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News