Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାଳବୈଶାଖୀ କୋପ: ଏନ୍‌ଏସି ତୋରଣ ଟଳିଲା

କାଳବୈଶାଖୀ କୋପ: ଏନ୍‌ଏସି ତୋରଣ ଟଳିଲା

ଠଗଡ: କଟକ ଜିଲ୍ଲା ଆଠଗଡରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠଗଡ ଏନ୍‌ଏସି ପକ୍ଷରୁ ୨୦୨୨ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ଟି ତୋରଣ ନିର୍ମାଣ ହୋଇଥିଲା। ଆଠଗଡରୁ କଟକ ଭାୟା ଧବଳେଶ୍ୱର ରାସ୍ତାର କରିକୋଲଠାରେ ଏନ୍‌ଏସିର ସ୍ୱାଗତ ତୋରଣ ଭାଙ୍ଗି ପଡିଛି। ତୋରଣଟି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିଲା ବେଳେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ସାଧାରଣରେ ଆଲୋଚନା ଚାଲିଛି।

ପିଲାଙ୍କୁ ବିପଦ ନୂଆ କୋଭିଡ୍‌…

ଭୂତଙ୍କ ଗାଁ: କୁଲଧାରା

ସମୁଦ୍ରଗର୍ଭରୁ ତାଜମହଲର ଗୁପ୍ତଧନ…

କାଶୀରେ ପ୍ରତିଷ୍ଠିତ ଦଶମୁଣ୍ଡିଆ…

ତୋରଣ ଟଳିବା ସମୟରେ ଗୋଟିଏ କାର ସେହି ବାଟ ଦେଇ ଯାଉଥିଲା। କାର ଉପରେ ତୋରଣଟି ପଡିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଯାତ୍ରୀଙ୍କ କୌଣସି ଅନିଷ୍ଟ ଘଟି ନଥିଲା। ତୋରଣଟି ରାସ୍ତା ଉପରେ ପଡିଯିବା ପରେ ଚଳାଚଳ ବ୍ୟାହତ ହୋଇ ପଡିଥିଲା। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରାଉତ ପହଂଚି କାର୍ଯ୍ୟର ତଦାରଖ କରିଥିଲେ।

କାଳବୈଶାଖୀ ପ୍ରଭାବରେ ଉପଖଣ୍ଡ ଚିକିତ୍ସାଳୟର ଛାତରୁ ସିଲିଂ ଭାଙ୍ଗି ପଡିଛି। କାଳବୈଶାଖୀ ପ୍ରଭାବରେ ବଡବଡ ଗଛଗୁଡିକ ଭାଙ୍ଗି ପଡିଯିବା ସହ ଘଂଟା ଘଂଟା ଧରି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଆଠଗଡ ସହରରେ ଡ୍ରେନେଜ୍‌ ସମସ୍ୟା ଥିବାରୁ ବର୍ଷା ଓ କୂଆପଥର ମାଡ ସମୟରେ ରାସ୍ତା ଉପରେ ଡ୍ରେନ୍‌ ପାଣି ସୁଅ ଛୁଟିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News