Dailyhunt
କେନ୍ଦୁଝର ଔଷଧ ପ୍ରତିନିଧିଙ୍କ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର ଔଷଧ ପ୍ରତିନିଧିଙ୍କ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ରୋଟାରୀ ଭବନ ଠାରେ ଔଷଧ ବିକ୍ରେତା ପ୍ରତିନିଧି ସଂଘ ର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ର ସେକ୍ରେଟାରୀ ଡାକ୍ତର ମହେଶ ପ୍ରସାଦ ମହାନ୍ତ ଏବଂ ଡାକ୍ତର ଗିରିଶ ଚନ୍ଦ୍ର ରାଉତ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ଓସ୍ରୁ ପ୍ରତିନିଧି କମରେଡ ଆଶୁତୋଷ ଦାସ, କମ୍ରେଡ ଲକ୍ଷ୍ମୀନାରାୟଣ ରାଉତ, ସିତୁ ରାଜ୍ୟ ଉପ ସଭାପତି ଇନ୍ଦ୍ରମଣି ବେହେରା ଯୋଗଦେଇ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।

ବିଜେପିକୁ ବଦନାମ କରିବ ସୁଭଦ୍ରା…

ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ…

ପଶ୍ଚିମବଙ୍ଗ ରାଜନୀତି ଭୋଗିବ କି…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକା…

ଅତିଥି ଙ୍କ ଉପସ୍ଥିତି ରେ ଜିଲ୍ଲା ପାଇଁ ନୂତନ ଜିଲ୍ଲା କମିଟି ଘୋଷଣା କରାଯାଇଥିଲା। କମିଟିର ସଭାପତି ଭାବେ କମ୍ରେଡ୍ ବସନ୍ତ କୁମାର ସିଂ, ଉପସଭାପତି କମ୍ରେଡ଼ ଅନୁଜ ଘଡେ଼ଇ, ସମ୍ପାଦକ କମ୍ରେଡ ସୁଶାନ୍ତ ଦାସ, କସାଧକ୍ଷ ବାମନ ଚରଣ ସାମଲ, ପରିଚାଳନା ସମ୍ପାଦକ କ୍ରିଷ୍ଣା ଷଡ଼ଙ୍ଗୀ, ପ୍ରତିନିଧି ରଶ୍ମି ରଞ୍ଜନ ସେନ, ରଞ୍ଜନ ଶତପଥୀ, ସନ୍ତୋଷ ପାଣିଗ୍ରାହୀ, ସୁଶାନ୍ତ ମହାନ୍ତ, ସିଦ୍ଧେଶ୍ୱର ବାରିକ, ସୁଜିତ୍ କର, ଧବଳେଶ୍ଵର ସାହୁ ଦାଇତ୍ୱ ଗ୍ରହଣ କଲେ। ଉତ୍ସବର ପରିଚାଳନା ବିଶ୍ୱଜିତ୍ ମହାନ୍ତ କରିଥିଲେ ଏବଂ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାରେ ଔଷଧ ପ୍ରତିନିଧି ମାନେ କେମିତି ଅଧିକ ସଂଗଠିତ ହେବେ ସେ ଉପରେ ମତ ପ୍ରକାଶ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News