Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେପିକୁ ବଦନାମ କରିବ ସୁଭଦ୍ରା ଯୋଜନା!

ବିଜେପିକୁ ବଦନାମ କରିବ ସୁଭଦ୍ରା ଯୋଜନା!

ଭୁବନେଶ୍ୱର: ଯୋଉ ସୁଭଦ୍ରା ଯୋଜନାକୁ ଲୋକପ୍ରିୟ ଯୋଜନାର ସଂଜ୍ଞା ଦେଇ କ୍ଷମତାସୀନ ବିଜେପି ବେଶ କିଛିବର୍ଷ ପାଇଁ ରାଜ୍ୟକୁ ଶାସନ କରିବାର ସ୍ୱପ୍ନ ଦେଖୁଛି, ସେଇ ସୁଭଦ୍ରା ଯୋଜନା ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର ଭେଳା ବୁଡାଇ ଦେବନି ତ?

ଜନୈକ ଚାର୍ଟାର୍ଡ ଆକାଉଟାଂଟ ହିସାବ କରି ବୁଝାଇ ଦେଇଛନ୍ତି ଯେ ସୁଭଦ୍ରା ହିତାଧିକାରୀଙ୍କୁ ୫ ବର୍ଷ ଭିତରେ ୫୦ ହଜାର ଟଙ୍କା ପ୍ରଦାନ କରିବା ବିଜେପି ସରକାରଙ୍କ 'ଗୋଦରା କୋଡେ ଯେତେ ମାଡେ଼ ସେତେ' ସୂତ୍ର ଉପରେ ଆଧାରିତ ।

ଓଡ଼ିଶା କୃଷି ଓ ବୈଷୟିକ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ…

ଭୁବନେଶ୍ୱରଠାରେ ନ୍ୟାୟିକ ଅଦାଲତକୁ…

ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ…

ତାଙ୍କ ମତରେ ଓଡ଼ିଶାରୁ ପ୍ରତି ମାସରେ ହାରାହାରି ୫୫୦୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରୁଛନ୍ତି ବିଜେପି ସରକାର । ଓଡ଼ିଶାର ଜନସଂଖ୍ୟା ସାଢେ଼ ଚାରିକୋଟି । ହିସାବ କଲେ ମାସକୁ ମୁଣ୍ଡ ପିଛା ୧ ହଜାର ଟଙ୍କାର ଜିଏସ୍‌ଟି ଆଦାୟ କରୁଛନ୍ତି ବିଜେପି ସରକାର । ଅନ୍ୟ ଅର୍ଥରେ କହିଲେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ୧୨ ହଜାର ଟଙ୍କା ପରିମାଣର ପରୋକ୍ଷ ଟିକସ ଗଣି ଦେଉଛନ୍ତି ।

ସୁଭଦ୍ରା ଯୋଜନାର ଅସଲ ହିସାବ ହେଉଛି, ରାଜ୍ୟର ପ୍ରତ୍ୟେକ ସୁଭଦ୍ରା ହିତାଧିକାରୀ ମୋଦି-ମାଝିଙ୍କ ଡବଲ ଇଂଜିନ ସରକାରକୁ ବାର୍ଷିକ ୧୨ ହଜାର ଟଙ୍କା ହିସାବରେ ୫ ବର୍ଷକୁ ୬୦ ହଜାର ଟଙ୍କା ଗଣି ଦେଉଛନ୍ତି ଓ ସେଥିରୁ ପାଉଛନ୍ତି ୫୦ ହଜାର ଟଙ୍କା । ଅର୍ଥାତ୍‌ ସୁଭଦ୍ରା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦେବା ପରେ ମଧ୍ୟ ୧୦ ହଜାର ଟଙ୍କା ଲାଭ ପାଉଛନ୍ତି ମୋଦି-ମାଝି ଯୋଡ଼ି ସରକାର ।

ସାଢେ଼ ତିନିକୋଟି ରାଜ୍ୟବାସୀଙ୍କ ଜିଏସ୍‌ଟି ଟଙ୍କାକୁ ଉପଭୋଗ କରୁଛନ୍ତି ରାଜ୍ୟର ସାଢେ଼ ଚାରିଲକ୍ଷ ସରକାରୀ ବାବୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News