Dailyhunt
କି ପାପ କରିଛି ଆଦିବାସୀ ସଂଗ୍ରହାଳୟ?

କି ପାପ କରିଛି ଆଦିବାସୀ ସଂଗ୍ରହାଳୟ?

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ବିଜେପି ପରିଚାଳନାଧୀନ ଓଡ଼ିଶା ସରକାର ନୂତନ 'ଆଦିବାସୀ ସଂସ୍କୃତି ଭବନ' ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଇଟିଡିଏ ପକ୍ଷରୁ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ପତ୍ର ଲେଖାଯାଇଛି। ଏହି ଉତ୍ସାହ ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ କୋଷାବରା 'ହେଲୋ ପଏଂଟ'ଠାରେ ବର୍ଷ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ଦିନ କାଟୁଛି ଆଦିବାସୀ ସଂଗ୍ରହାଳୟ।

ଉକ୍ତ ସଂଗ୍ରହାଳୟ ପ୍ରତି ପ୍ରଶାସନର ଆନ୍ତରିକତା ଦେଖିବାକୁ ମିଳୁନି।

ସୂଚନାଯୋଗ୍ୟ, ବିଜେଡି ପରିଚାଳନାଧୀନ ଓଡ଼ିଶା ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ 'ହେଲୋ ପଏଂଟ୍‌'ଠାରେ ଏକ ସଂଗ୍ରହାଳୟ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶଭୂଷା ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀକୁ ସଂରକ୍ଷିତ କରି ରଖିବା। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କାନ୍ଥରେ ରଙ୍ଗ ଦିଆଯାଇ ନାହିଁ କି ଆବଶ୍ୟକ ଆସବାବପତ୍ର ଲଗାଯାଇନି। ପ୍ରାଚୀନ ସାମଗ୍ରୀ ବଦଳରେ ସଂଗ୍ରହାଳୟ ଗୃହଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି।

ହନୁମାନ ଜୀ

ପିଲାଙ୍କ ମିଛ ଉପସ୍ଥାନ ଦେଖାଇ…

୧୮ କୋଟି ବିନିମୟରେ ଶ୍ରୀମନ୍ଦିର…

ଗୋଟିଏ ପଟେ ପୁରୁଣା ସଂଗ୍ରହାଳୟ ଅର୍ଥ ଅଭାବ ଓ ପ୍ରଶାସନିକ ଅବହେଳାରୁ କାର୍ଯ୍ୟକ୍ଷମ ହୋଇପାରୁ ନଥିବା ବେଳେ, ଅନ୍ୟପଟେ ନୂତନ 'ଆଦିବାସୀ ସଂସ୍କୃତି ଭବନ' ପାଇଁ ଜମି ଚିହ୍ନଟ ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ଥିବା ସଂଗ୍ରହାଳୟକୁ ସମ୍ପୂର୍ଣ୍ଣ ନକରି ନୂଆ ପ୍ରକଳ୍ପ ଘୋଷଣା କରିବା କେବଳ ଏକ ପ୍ରହସନ ନୁହେଁ ତ? ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।

ଅଂଚଳବାସୀଙ୍କ ମତରେ, ସରକାର ପ୍ରଥମେ ହେଲୋ ପଏଂଟ୍‌ ସଂଗ୍ରହାଳୟକୁ କାର୍ଯ୍ୟକ୍ଷମ କରନ୍ତୁ। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। ଯଦି ପୁରୁଣା ପ୍ରକଳ୍ପ ଶେଷ ନହୁଏ, ତେବେ ନୂଆ ଭବନ ନିର୍ମାଣ କେବଳ କାଗଜପତ୍ର ଓ ପାଣ୍ଠି ଖର୍ଚ୍ଚରେ ସୀମିତ ରହିଯିବାର ଆଶଙ୍କା ରହିଛି। ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News