Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୋୟା ସଂପ୍ରଦାୟଙ୍କ ଭଗବାନ 'ମହୁଲ ଗଛ'

କୋୟା ସଂପ୍ରଦାୟଙ୍କ ଭଗବାନ 'ମହୁଲ ଗଛ'

ମାଲକାନଗିରି: ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ, କୋୟା, ପରଜା, ଦୁରୁଆ ଭଳି ଜନଜାତି କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ପ୍ରତ୍ୟେକ ଜନଜାତିର ନିଜର ପରଂପରା ଓ ସଂସ୍କୃତି ରହିଛି। ସେଥିମଧ୍ୟରୁ କୋୟା ଜନଜାତିର ନିଜସ୍ୱ ପରଂପରା ଓ ସଂସ୍କୃତି ଟିକିଏ ସ୍ୱତନ୍ତ୍ର।

ଜିଲ୍ଲାରେ କୋୟା ଜନଜାତିଙ୍କର ସଂଖ୍ୟା ଅଧିକା ରହିଛି। ଏବେ ପ୍ରତ୍ୟେକ କୋୟା ଗ୍ରାମରେ ମହୁଲ ପର୍ବ ପାଳନ କରାଯାଉଛି। ମହୁଲ ଗଛ କୋୟା ସଂପ୍ରଦାୟର ଲୋକଙ୍କର ପ୍ରମୁଖ ବୃକ୍ଷ।

ମହାନଦୀ ସତ୍ୟାଗ୍ରହ: ସାରା ଓଡ଼ିଶା…

ଯାଦବ ସମାଜ ଦୋଳ ମହୋତ୍ସବ:…

ଚମକିଲେ ପୂର୍ବ ଭାରତ ଯୁବ ପ୍ରତିଭା

ଗାଁକୁ ନାହିଁ ରାସ୍ତା: ଖଟିଆରେ…

ଆଦିବାସୀଙ୍କ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରୁଛି ଏହି ବୃକ୍ଷ। ତେଣୁ ଏହି ବୃକ୍ଷକୁ କୋୟା ଜନଜାତି ଭଗବାନ ମାନନ୍ତି। ପ୍ରତିବର୍ଷ ଫେବ୍ରୁଆରି ମାସରେ କୋୟା ଜନଜାତି ପ୍ରତ୍ୟେକ ଗାଁରେ ରହିଥିବା ମହୁଲ ଗଛକୁ ପୂଜା କରନ୍ତି। ଗାଁର ଡିସାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ଭିନ୍ନ ଭିନ୍ନ ଗାଁରେ ଭିନ୍ନ ଭିନ୍ନ ସମୟରେ ଏହି ପୂଜା ଅନୁଷ୍ଠିତ ହୁଏ।

ଏହି ପୂଜା ପରେ ହିଁ ଗାଁରେ ବିବାହ, ବ୍ରତ କାର୍ଯ୍ୟକ୍ରମ ହୁଏ। ମହୁଲ ଗଛରେ ପୂଜା ନ ହେବା ପର୍ଯ୍ୟନ୍ତ ଗାଁରେ କୌଣସି ଜାନିଯାତ୍ରା କିମ୍ବା ବିବାହ ଉତ୍ସବ ଅନୁଷ୍ଠିତ ହୁଏ ନାହିଁ। ଗାଁର ଡିସାରୀଙ୍କୁ ପ୍ରତ୍ୟେକ ଘରୁ ଆସିଥିବା କଳସ ପାଣିରେ ଗାଧୋଇ ଦିଆଯାଏ। ପରେ ଡିସାରୀ ଫୁଲ, ଚନ୍ଦନ, ଧୂପ, ନଡିଆ, କୁକୁଡା ଇତ୍ୟାଦି ଆଣି ମହୁଲ ଗଛକୁ ପୂଜା କରନ୍ତି। ଏହା ପରେ ଲୋକେ ମହୁଲ ଗଛରୁ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। କୋୟା ଜନଜାତି ୧୨ ମାସରେ ତେର ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ମହୁଳ ପର୍ବ ଅନ୍ୟତମ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News