Dailyhunt
ଗାଁକୁ ନାହିଁ ରାସ୍ତା: ଖଟିଆରେ ପ୍ରସୂତୀ ବୁହା

ଗାଁକୁ ନାହିଁ ରାସ୍ତା: ଖଟିଆରେ ପ୍ରସୂତୀ ବୁହା

ବରଙ୍ଗପୁର: ଥମୁନି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ପ୍ରସୂତୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ କୁସୁମଖୁଂଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁସାରେ, ଗ୍ରାମର ଡ଼ମୁଣି ପ୍ରଧାନୀଙ୍କ ଗର୍ଭବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।

ରାସ୍ତାରେ ଆମ୍ବୁଲାନ୍ସ ଯାଇପାରିବ ନାହିଁ କହିବାରୁ ଅଟୋକୁ ଡାକିଥିଲେ। ଅଟୋ ଆସିବାର ବିଳମ୍ବ ହେବାରୁ ଘରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି।

୨୦୦ ଜୀବନ୍ତ କଇଁଛ ଉଦ୍ଧାର; ମାଫିଆ…

ବକେୟା ପଡ଼ିଛି ବିଦ୍ୟୁତ୍‌ ବିଲ୍‌:…

ଆଖିବୁଜିଲେ ଖେମିନିଙ୍କ ପତ୍ନୀ…

ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ…

ଘର ନିକଟରେ ଅଟୋ ପହଂଚି ନ ପାରିବାରୁ ଅଧା କିମି ଦୂର ଖଟିଆରେ ପ୍ରସୂତିଙ୍କୁ ବୋହି ଆଣି ଅଟୋରେ ବସାଇ ମୈଦଲପୁର ମେଡିକାଲ ଅଣାଯାଇଥିଲା। ଏବେ ମା ଓ ଶିଶୁ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି। ତେବେ ଏହି ଗାଁ ମୈଦଲପୁର ଠାରୁ ପ୍ରାୟ ୮ କିମି ଦୂର ରହିଛି। ପ୍ରାୟ ୫ କିମି ରାସ୍ତା ଅତି ଶୋଚନୀୟ; ଗାଡି ଯିବାର ସମ୍ଭବ ନାହିଁ। ଜଙ୍ଗଲ ମଧ୍ୟରେ ଗାଁ ଥିବାରୁ ପଥୁରିଆ ରାସ୍ତା ରହିଛି। ରାସ୍ତାର ଅବସ୍ଥା ଠିକ ନ ଥିବା ସମୟରେ ଗର୍ଭବତୀ ହେଉ କି ଅନ୍ୟ ରୋଗୀ; ଖଟିଆରେ ବୋହି ଆଣି ମେଡିକାଲ ନେଉଥିବା କହିଛନ୍ତି ଗ୍ରାମବାସୀ। ପ୍ରଶାସନ ପକ୍ଷରୁ ଗାଁକୁ ଏକ ପକ୍କା ସଡକ ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News