Dailyhunt
ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ

ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ

ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ କାର୍ଯ୍ୟକ୍ରମ ମହାକୁମ୍ଭ ମେଳାର ଫଟୋ କେବଳ ଭୂପୃଷ୍ଠରୁ ନୁହେଁ, ମହାକାଶରୁ ମଧ୍ୟ ଉଠାଯାଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ମହାକୁମ୍ଭର ମନଲୋଭା ଫଟୋ ଉଠାଇଛି। ଏହି ଫଟୋଗୁଡ଼ିକରେ ମହାକୁମ୍ଭ ମେଳାର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳୁଛି, ଏଥିରେ ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଉଜ୍ଜଳ ଆଲୋକରେ ଜାଜ୍ଜ୍ୱଲ୍ୟମାନ ଦେଖାଯାଉଛି।

ଆଇଏସଏସର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର କରିଛନ୍ତି। ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ ଦେଖାଯାଉଛି, ଯାହାକି ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି । ମହାକାଶରୁ ନିଆଯାଇଥିବା ଫଟୋ ପୃଥିବୀରେ ଏହି ଧାର୍ମିକ ସମାବେଶର ବିଶାଳତାକୁ ଦର୍ଶାଉଛି ।

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ…

ବଜେଟ ୨୦୨୫: ୧୨ ଲକ୍ଷ ପର୍ଯ୍ୟନ୍ତ…

ବଜେଟ୍ ଅଧିବେଶନ ୨୦୨୫ ଆରମ୍ଭରେ…

ମେଦବହୁଳତା ବିରୋଧରେ…

ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ଉତ୍ସବ, ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରି ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରି ଏହି ସୁଖଦ ଓ ଧାର୍ମିକ ଅନୁଭୂତିକୁ ଅନୁଭବ କରିସାରିଥିବା ବେଳେ ଏଠାରୁ ଆସୁଥିବା ଫଟୋ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ମହାକାଶରୁ ନିଆଯାଇଥିବା ଏହି ଫଟୋ ମହାକୁମ୍ଭକୁ ନେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ । ଫଟୋ ଶେୟାର କରି ଡନ୍ ପେଟିଟ୍ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ନିଆଯାଇଥିବା ଫଟୋରେ ୨୦୨୫ ମହାକୁମ୍ଭ ମେଳାର ଏକ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଛି ।

ଡୋନାଲ୍ଡ ରୟ ପେଟିଟ୍

ଆମେରିକୀୟ ମହାକାଶଚାରୀ ତଥା ରାସାୟନିକ ଇଞ୍ଜିନିୟର ଡୋନାଲ୍ଡ ରୟ ପେଟିଟ୍ ଆଷ୍ଟ୍ରୋ-ଫଟୋଗ୍ରାଫି ଏବଂ ମହାକାଶରେ ଉଦ୍ଭାବନ ପାଇଁ ପ୍ରସିଦ୍ଧ । ପେଟିଟ୍ ମହାକାଶରେ ସୃଷ୍ଟି ହୋଇଥିବା ପ୍ରଥମ ପେଟେଣ୍ଟ ବସ୍ତୁ 'ଜିରୋ ଜି କପ୍'ର ଉଦ୍ଭାବକ। ୬୯ ବର୍ଷ ବୟସରେ ସେ ହେଉଛନ୍ତି ନାସାର ସବୁଠାରୁ ବୟସ୍କ ସକ୍ରିୟ ମହାକାଶଚାରୀ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News