Dailyhunt
ଓଡ଼ିଶାରେ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସଏସଏଲ)

ଓଡ଼ିଶାରେ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସଏସଏଲ)

ହୁରାଜ୍ୟ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସଏସଏଲ) ଗଠନ କରାଯାଇଛି । ବିବିଏସଏସଏଲକୁ ଭାରତୀୟ କୃଷକ ରସାୟନ ସମବାୟ ଲିମିଟେଡ୍ (ଇଫକୋ), କୃଷକ ଭାରତୀ ସମବାୟ ଲିମିଟେଡ୍ (କ୍ରିଭକୋ), ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ (ଏନସିଡିସି) ପ୍ରୋତ୍ସାହିତ କରୁଛନ୍ତି ।

ବିବିଏସଏସଏଲର ପ୍ରାରମ୍ଭିକ ପେଡ୍ ଅପ୍ ପୁଞ୍ଜି ୨୫୦ କୋଟି ଟଙ୍କା ରହିଛି ଯାହାମଧ୍ୟରୁ ୫୦ କୋଟି ଟଙ୍କା ଲେଖାଏଁ ପାଞ୍ଚଟିଯାକ ପ୍ରୋମୋଟର ଯୋଗାଇଦେଇଛନ୍ତି ଓ ଅଧିକୃତ ଅଂଶଧନ ପୁଞ୍ଜି ୫୦୦ କୋଟି ଟଙ୍କା ରହିଛି । ଫସଲ ଅମଳରେ ଉନ୍ନତି ଆଣିବା ଏବଂ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ଲକ୍ଷ୍ୟରେ ସମବାୟ ନେଟୱାର୍କ ମାଧ୍ୟମରେ ଗୋଟିଏ ବ୍ରାଣ୍ଡ ଅଧୀନରେ ଗୁଣାତ୍ମକ ବିହନ ଉତ୍ପାଦନ, କ୍ରୟ ଏବଂ ବିତରଣ କରିବା ପାଇଁ ବିବିଏସଏସଏଲ୍ ଗଠନ କରାଯାଇଛି । ସମବାୟ ସଂସ୍ଥା ମାଧ୍ୟମରେ ବିବିଏସଏସଏଲ୍ ଭାରତରେ ଗୁଣାତ୍ମକ ବିହନର ଉତ୍ପାଦନ ବୃଦ୍ଧି କରିବ ଯଦ୍ବାରା ଆମଦାନୀ ବିହନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ, କୃଷି ଉତ୍ପାଦନ ବୃଦ୍ଧି ପାଇବ, ଗ୍ରାମୀଣ ଅର୍ଥନୀତିକୁ ଅଭିବୃଦ୍ଧି ମିଳିବ, ମେକ୍ ଇନ ଇଣ୍ଡିଆକୁ ପ୍ରେତ୍ସାହନ ମିଳିବ ଓ ଭାରତ ଆତ୍ମନିର୍ଭରତା ଆଡକୁ ଗତି କରିବ ।

ଏହି ସୋସାଇଟି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ନୀତିର ଉପଯୋଗ କରି ଦୁଇ ପିଢ଼ିର ବିହନ ଯଥା ଫାଉଣ୍ଡେସନ ଓ ପାକ୍ସ ମାଧ୍ୟମରେ ପ୍ରମାଣିତ ବିହନର ଉତ୍ପାଦନ, ପରୀକ୍ଷଣ, ପ୍ରମାଣନ, କ୍ରୟ, ପ୍ରକ୍ରିୟାକରଣ, ଷ୍ଟୋରେଜ୍, ବ୍ରାଣ୍ଡିଂ, ଲେବଲିଂ ଏବଂ ପ୍ୟାକେଜିଂ ଉପରେ ଗୁରୁତ୍ୱ ଦେବ । ଏହା ମଧ୍ୟ ସମବାୟର ସମାବେଶୀ ଅଭିବୃଦ୍ଧି ମଡେଲ ମାଧ୍ୟମରେ 'ସମବାୟରୁ ସମୃଦ୍ଧି' ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ, ଯେଉଁଠାରେ ସଦସ୍ୟମାନେ ଉଚ୍ଚ ଗୁଣମାନର ବିହନ ଉତ୍ପାଦନ କରି, ଅଧିକ ଅମଳକ୍ଷମ ବିହନ ବ୍ୟବହାର ଦ୍ବାରା ଅଧିକ ଫସଲ ଉତ୍ପାଦନ କରି ଏବଂ ସୋସାଇଟି ଦ୍ବାରା ଉତ୍ପାଦିତ ବଳକା ବଣ୍ଟନ ମାଧ୍ୟମରେ ଉତ୍ତମ ମୂଲ୍ୟ ପାଇପାରିବେ ।

ବିବିଏସଏସଏଲ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୪,୮୧୬ଟି ସମବାୟ ସଂସ୍ଥାକୁ ସଦସ୍ୟତା ଦିଆଯାଇଛି ଯାହା ମଧ୍ୟରୁ ୧୯୦ଟି ଓଡ଼ିଶାରୁ ଅଛନ୍ତି ।

ବିବିଏସଏସଏଲ ନିମ୍ନଲିଖିତ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶା ସମେତ ଦେଶରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ବିହନ ଉତ୍ପାଦନରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଯୋଗଦାନ ଦେବ :

ଆସନ୍ତା ଜାନୁଆରୀ ମାସରେ ଦୁଇଥର…

ନୂତନ ଏନସିଇଆରଟି ଅଡିଟୋରିୟମ ପାଇଁ…

ଏସିଆ କପ୍ ଟାଇଟଲ ବିଜେତା ଭାରତୀୟ…

ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ…

ବିବିଏସଏସଏଲର ଲାଭର ଉପଯୋଗ ପାଇଁ ଯୋଜନା ନିୟମାବଳୀର ଧାରା ୫୪ ଓ ୫୫ରେ ଦିଆଯାଇଛି ଯାହାକି ସଦସ୍ୟମାନଙ୍କୁ ୨୦% ପର୍ଯ୍ୟନ୍ତ ଲାଭାଂଶ ପ୍ରଦାନ କରିଥାଏ । ଏହାଛଡ଼ା ବିବିଏସଏସଏଲରେ ଦର ନିର୍ଦ୍ଧାରଣ ବ୍ୟବସ୍ଥା ରହିଛି ଯାହାକି ନିମ୍ନଲିଖିତ ସ୍କିମ ଅନୁସାରେ ନିଟ୍ ବଳକାର ୫୦% ପର୍ଯ୍ୟନ୍ତ ବଣ୍ଟନ କରି ସଦସ୍ୟମାନଙ୍କୁ ଉତ୍ପାଦର ଚୂଡ଼ାନ୍ତ ମୂଲ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଉତ୍ପାଦଗୁଡ଼ିକର ପ୍ରଚଳିତ ବଜାର ଦରକୁ ଭିତ୍ତିକରି ସଦସ୍ୟମାନଙ୍କୁ ଅସ୍ଥାୟୀଭାବେ ସେଗୁଡ଼ିକର ପ୍ରାରମ୍ଭିକ ଅସ୍ଥାୟୀମୂଲ୍ୟ ପ୍ରଦାନ କରାଯାଇପାରେ । ବିକ୍ରୟ ପାଇଁ ସୋସାଇଟି ଦ୍ୱାରା କରାଯାଇଥିବା ସମସ୍ତ ଖର୍ଚ୍ଚକୁ ବାଦ ଦେବା ପରେ ବିକ୍ରୟ ମୂଲ୍ୟ ଏବଂ ପ୍ରାରମ୍ଭିକ ଅସ୍ଥାୟୀ ମୂଲ୍ୟ ମଧ୍ୟରେ ଥିବା ବ୍ୟବଧାନ ଅନୁସାରେ ନେଟ୍ ବଳକାକୁ ନିର୍ଣ୍ଣୟ କରାଯିବ ।

ସୋସାଇଟି ଏହାର ସଦସ୍ୟମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ନେଟ୍ ବଳକାର ୫୦% ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଚେଷ୍ଟା କରିବ ଯାହା ବୋର୍ଡ ଦ୍ୱାରା ସ୍ଥିର କରାଯାଇପାରେ ଏବଂ ସଦସ୍ୟ ସେହି ଲାଭକୁ ଉତ୍ପାଦନକାରୀ କୃଷକମାନଙ୍କୁ ପ୍ରଦାନ କରିପାରିବେ ।

ଉତ୍ପାଦର ଚୂଡ଼ାନ୍ତ ମୂଲ୍ୟକୁ ପ୍ରାରମ୍ଭିକ ଅସ୍ଥାୟୀ ମୂଲ୍ୟ ଓ ପରବର୍ତ୍ତୀ ଉପ-ଧାରା ଅନୁସାରେ ଦିଆଯିବାକୁ ଥିବା ନେଟ୍ ବଳକାର ଅଂଶ ଭିତ୍ତିରେ ବୋର୍ଡ ନିର୍ଦ୍ଧାରଣ କରିପାରିବେ । ଧାରା ୫୫ର ବ୍ୟବସ୍ଥା ଅନୁଯାୟୀ ଆୟକର ପୈଠ ପରେ ବଳକା ବଳକା ଅର୍ଥକୁ ସୋସାଇଟି ପାଖରେ ବଣ୍ଟନ ପାଇଁ ରଖାଯାଇପାରିବ ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News