Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫୁଲଝରୀ ମା' ମନସା ପୀଠ ଚଳଚଞ୍ଚଳ

ଫୁଲଝରୀ ମା' ମନସା ପୀଠ ଚଳଚଞ୍ଚଳ

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ଭକ୍ତି ଓ ଆସ୍ଥାର ଅପୂର୍ବ ସମାଗମ, ପରମ୍ପରାର ଅନନ୍ୟ ପରିଚୟ ଏବଂ ମା' ମନସାଙ୍କ ପ୍ରତି ଅଗାଢ଼ ବିଶ୍ୱାସର ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଚିକଟାମାଟିଆ ପଞ୍ଚାୟତର ଫୁଲଝରି ଗାଁରେ। ଗର୍ଭଣା ସଂକ୍ରାନ୍ତି ଅବସରରେ ମା' ମନସାଙ୍କ ପବିତ୍ର ଘଟ ଶୋଭାଯାତ୍ରା ଧାର୍ମିକ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଅଛି।ଏହି ଧାର୍ମିକ ଆୟୋଜନରେ ୨ ହଜାରରୁ ଊର୍ଦ୍ଧ୍ୱ ମହିଳା ମୁଣ୍ଡରେ ପବିତ୍ର ଘଟ ଧାରଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଭକ୍ତିମୟ ପରିବେଶ, ପାରମ୍ପରିକ ରୀତିନୀତି ଓ ମା' ମନସାଙ୍କ ଜୟଧ୍ୱନିରେ ଗାଁର ପରିବେଶ ଆଧ୍ୟାତ୍ମିକ ଭାବମୟ ହୋଇଉଠିଥିଲା ।

ଅଭିନେତା ଟାଇଗରଙ୍କୁ ଗୁଳିମାଡ଼

ବୈାଦ୍ଧ ଜିଲ୍ଲା ବିଜେପି ପୂର୍ବତନ…

ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ…

ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର…

ଏହି ଶୋଭାଯାତ୍ରାର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା କେତେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେକରେ ନାଗସାପ ଗୁଡ଼ାଇ ଶୋଭାଯାତ୍ରାରେ ସାମିଲ ହେବା ଦୃଶ୍ୟ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଥିବା ବେଳେ ଏହି ଅନନ୍ୟ ପରମ୍ପରାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ବେଳେ ପୋଦଶୀ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ରାଜ୍ୟରୁ ଅନେକ ଶ୍ରଦ୍ଧାଳୁ ପହଞ୍ଚି ଘଟ ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ଉପେନ୍ଦ୍ର ମହାନ୍ତ ଏବଂ ବୁଲୁ ମହାନ୍ତ ଉପଦେଷ୍ଟା ଗଣେଶ୍ୱର ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ ଫୁଲଝରୀ ମା' ମନସା କମିଟିର ସଦସ୍ୟଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ତେବେ ମା' ମନସାଙ୍କ ପ୍ରତି ଭକ୍ତମାନଙ୍କର ରହିଥିବା ଅତୁଟ ଆସ୍ଥା ଏହି ଆୟୋଜନରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ମା' ମନସାଙ୍କ ନିକଟରେ ନିଷ୍ଠାର ସହ ମାନସିକ କଲେ ମନସ୍କାମନା ପୂରଣ ହୁଏ, ଏହି ବିଶ୍ୱାସ ଓ ପାରମ୍ପରିକ ରୀତିନୀତିକୁ ଆଧାର କରି ପ୍ରତିବର୍ଷ ଏଭଳି ଧାର୍ମିକ ଆୟୋଜନରେ ଭକ୍ତମାନଙ୍କ ଉତ୍ସାହ ଦେଖିବାକୁ ମିଳେ। ତେବେ ପରମ୍ପରା, ଲୋକବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ସମାଗମ ଫୁଲଝରି ଗାଁକୁ ଏକ ଆଧ୍ୟାତ୍ମିକ ମିଳନସ୍ଥଳୀରେ ପରିଣତ କରିଥିବା ବେଳେ ମା' ମନସାଙ୍କ ଘଟ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳରେ ଏକ ବିଶେଷ ଆକର୍ଷଣ ପାଲଟିବା ସହିତ ଭକ୍ତମାନେ ଏହି ଦିନକୁ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News