Dailyhunt
ପୁଲିସ ଆଖିରୁ ଖସିଗଲେ ୮ ଗୋରୁଚୋର

ପୁଲିସ ଆଖିରୁ ଖସିଗଲେ ୮ ଗୋରୁଚୋର

ଟକ: ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଆପ୍ରାଣ ଚେଷ୍ଟା କରିଥିଲେ କିଛି ଗୋରୁମାଫିଆ । ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ପୁଲିସ ସହିତ ଗୋଡ଼ାଗୋଡ଼ି ଖେଳିବା ପରେ ଦୁଇଜଣ ଗୋରୁଚୋରଙ୍କୁ ଧରିଛି ପୁଲିସ ପାୱାର ।

ଗୋରୁଚୋର-ପୁଲିସ ଭିତରେ ଚାଲିଥିବା ଗୋଡ଼ାଗୋଡ଼ି ଖେଳକୁ ଉପଭୋଗ କରିଥିଲେ ଦେଖଣାହାରୀ ।

ଆଜ୍ଞା, ଆମେ କୌଣସି ଚଳଚ୍ଚିତ୍ର କାହାଣୀ କହୁନୁ ।

ବୁଧବାର ଦିନ ରାତିରେ କଟକ ଜିଲ୍ଲାର ବାଙ୍କି ଅନ୍ତର୍ଗତ ଟି-ସେତୁ ନିକଟରେ ପୁଲିସ-ଗୋରୁମାଫିଆ ବାଘଛେଳି ଖେଳର ପରିସମାପ୍ତି ଘଟିଥିଲା । ପୁଲିସ ପ୍ରାୟ ୨୬ଟି ଗୋରୁଙ୍କୁ ଉଦ୍ଧାର କରିଛି ।

ମହାକାଶରୁ ମହାକୁମ୍ଭ ୨୦୨୫ର…

ବାର୍ଷିକ ଏନସିସି ପିଏମ ରାଲିକୁ…

ଆମେରିକା ରାଷ୍ଟ୍ରପତିଙ୍କୁ ତାଙ୍କର…

ଉତ୍ତର-ପୂର୍ବାଂଚଳ ୭ଟି ରାଜ୍ୟର…

ଗୋରୁଗୁଡ଼ିକୁ ଖୋର୍ଦ୍ଧା ଜିଲ୍ଲାରେ ବେଗୁନିଆ ଅଂଚଳରୁ କଟକ ଜିଲ୍ଲାର ତିଗିରିଆ ଅଂଚଳକୁ ଚାଲାଣ କରାଯାଉଥିଲା । ପୁଲିସ ଦୁଇଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିଲା ବେଳେ ଅନ୍ୟମାନେ ପଳାୟନ କରିଛନ୍ତି ।

ଶୁଣିବାକୁ ମିଳୁଛି, ପୁଲିସ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ଗୋରୁମାଫିଆ ଫାଙ୍କା ଗୁଳିଚାଳନା କରିଥିଲେ ।

ମାତ୍ର ଦୁଇଦିନ ତଳେ ସୋମବାର ରାତିରେ ମୟୁରଭଞ୍ଜର କପ୍ତିପଦା ପୁଲିସ ଅନ୍ତର୍ଗତ ପୋଡାଡିହ ଛକ ନିକଟରେ ଗୋଟିଏ ଗୋରୁବୋଝେଇ ପିକ୍‌ ଅପ୍‌ ଓଲଟି ପଡ଼ିବାରୁ ଗୋଟିଏ ଗାଈ ଜୀବନ୍ତ ଦଗ୍‌ଧ ହୋଇଥିଲା । ଚାରିଟି ଗୋରୁ ଦରପୋଡା ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଠାକୁରମୁଣ୍ଡା ଅଂଚଳରୁ ପ୍ରାୟ ୮ଟି ଗୋରୁଙ୍କୁ ଧରି ଗୋରୁମାଫିଆ ପଲ କେଉଁ ଏକ ଅଜଣା ଅଂଚଳକୁ ଯାଉଥିଲେ । ମାତ୍ର ବେଳା ଖରାପ ପଡ଼ିଗଲା । ପିକ୍‌ ଅପ୍‌ ଓଲଟି ପଡ଼ିଲା, ଦେଖୁ ଦେଖୁ ନିଅାଁ ଧରିଲା । ଜଳନ୍ତା ଗାଡ଼ିରୁ ଅଧାପୋଡ଼ା ଗୋରୁଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଗ୍ରାମବାସୀ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News