Dailyhunt
ପୁଲିସ ଭବନରେ 'ଜୁଭେନ୍‌ଟିକା'

ପୁଲିସ ଭବନରେ 'ଜୁଭେନ୍‌ଟିକା'

ଭୁବନେଶ୍ୱର: ଡିଜିଟାଲ୍‌ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସମ୍ଭାବନାଗୁଡ଼ିକର ମୁକାବିଲା ପାଇଁ ପ୍ରଶାସକ, ବରିଷ୍ଠ ପୁଲିସ ଅଧିକାରୀ, ଶିକ୍ଷାବିତ୍‌, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିଶୁ ଅଧିକାର ବିଶେଷଜ୍ଞମାନଙ୍କୁ ଏକାଠି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

ଅନଲାଇନ୍‌ ପରିବେଶରେ ଶିଶୁମାନଙ୍କର ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଅନୁଷ୍ଠାନ, ପରିବାର ଏବଂ ସମାଜ କିପରି ସହଯୋଗ କରିପାରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶିଶୁମାନଙ୍କ ପ୍ରତି ଥିବା ସାଇବର ବିପଦ ଏବଂ ଏହାର ମୁକାବିଲା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାର ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ।

ବ୍ଲୁ ଇକୋନୋମି ସମିଟ୍-୨୦୨୬ରେ…

ଟୋକନ୍ ଅବଧି ଶେଷ ହୋଇ ଥିଲେ ମଧ୍ୟ…

ସେ ସୂଚନା ଦେଇଥିଲେ ଯେ, ସାଇବର ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ପୁଲିସ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ଏବଂ ବୈଷୟିକ ସହାୟତା ପାଇଁ ସାଇବର ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଉଛି। ଏଥିସହିତ ୭୧ଟି ପୁଲିସ ଷ୍ଟେସନରେ 'ଶିଶୁ ଅନୁକୂଳ ସ୍ଥାନ' (ୠକ୍ସସରଦ୍ଭୟକ୍ଷଚ୍ଚ ଉକ୍ଟକ୍ସଦ୍ଭରକ୍ସଗ୍ଦ) ର ଉନ୍ନତିକରଣ କରାଯାଇଛି ଏବଂ ଆଗାମୀ ଦିନରେ ସମଗ୍ର ଓଡ଼ିଶା ପୁଲିସକୁ ଶିଶୁ ଅନୁକୂଳ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଡିଜିଟାଲ୍‌ କ୍ଷେତ୍ରରେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଏବଂ ନାଗରିକ ସମାଜର ମିଳିତ ଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଂଚ୍‌) ବିନୟତୋଷ ମିଶ୍ର କହିଛନ୍ତି ଯେ, ଭାରତର ଇଂଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୧ରେ ୧୨୫ ମିଲିୟନରୁ ବୃଦ୍ଧି ପାଇ ୨୦୨୧ରେ ୮୪୫ ମିଲିୟନରେ ପହଂଚିଛି। ସାଇବର ୱିଙ୍ଗର 'ଚିଲଡ୍ରେନ୍‌ ଆଣ୍ଡ ୱିମେନ୍‌ ଅନଲାଇନ୍‌ ଆବ୍ୟୁଜ୍‌ ମନିଟରିଂ ୟୁନିଟ୍‌' ପକ୍ଷରୁ ଅନଲାଇନରୁ କ୍ଷତିକାରକ ତଥା ଅଶ୍ଳୀଳ ବିଷୟବସ୍ତୁ (ଉଝଋଇଗ) ହଟାଇବା ପାଇଁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀମତୀ ଶାଇନି ଏସ୍‌. ଇଂଟରନେଟର ସୁରକ୍ଷିତ ବ୍ୟବହାର ପାଇଁ ଶିଶୁ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ପ୍ରଶାନ୍ତ କୁମାର ଦାଶ କହିଥିଲେ ଯେ, "ଶିଶୁମାନେ ଡିଜିଟାଲ୍‌ ଦୁନିଆର କେବଳ ନିଷ୍କ୍ରିୟ ବ୍ୟବହାରକାରୀ ନୁହଁନ୍ତି, ସେମାନେ ହେଉଛନ୍ତି ଶିକ୍ଷାର୍ଥୀ ଓ ସ୍ରଷ୍ଟା; ଡିଜିଟାଲ୍‌ ସୁରକ୍ଷା ଆଲୋଚନାର କେନ୍ଦ୍ରରେ ସେମାନଙ୍କ ସ୍ୱର ରହିବା ଆବଶ୍ୟକ"।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News