Dailyhunt
ପୂର୍ବତନ ବିଧାୟକ ତଥା ସାଂସଦ ନାରାୟଣ ସାହୁଙ୍କ ପରଲୋକ

ପୂର୍ବତନ ବିଧାୟକ ତଥା ସାଂସଦ ନାରାୟଣ ସାହୁଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ସାଂସଦ ନାରାୟଣ ସାହୁଙ୍କର ପରଲୋକ ହୋଇଯାଇଛି। ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।

ବାଟ ହୁଡ଼ିଛି ସୌର ପ୍ରକଳ୍ପ: ୧୮ରୁ…

ବିଧାୟକଙ୍କ ଫାଙ୍କା ଗୁଳିଚାଳନା:…

ମନ୍‌ କି ବାତ୍‌: ସମ୍ବଲପୁର ନିବାସୀ…

"ପୂର୍ବରଙ୍ଗ"ର…

ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସ୍ୱର୍ଗତ ସାହୁ ୨ ଥର ବିଧାୟକ ଓ ଥରେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୭୧ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ଦୁଇଥର ପାଲଲହଡା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ରେ ସେ ଭାରତୀୟ ଜାତୀୟ କଂଗ୍ରେସ (ଆର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୧୯୭୪ରେ ଭାରତୀୟ ଜାତୀୟ କଂଗ୍ରେସ ଟିକେଟ୍‌ରେ ସେ ବିଧାନସଭାକୁ ଯାଇଥିଲେ। ୧୯୮୦ରୁ ୮୪ ପର୍ଯ୍ୟନ୍ତ ସେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ହୋଇଥିଲେ। ନାରାୟଣ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେହ୍‌ଲେଇକାଟେଣୀ ଗ୍ରାମରେ। ତାଙ୍କ ମୃତ୍ୟୁ ଖବର ପାଇ ସମଗ୍ର ପରଜଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଡ଼ ନୃସିଂହ ଚରଣ ସାହୁଙ୍କ ସମେତ ବହୁ ସ୍ଥାନୀୟ ନେତା ନାରାୟଣ ସାହୁଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ନାରାୟଣ ସାହୁ ହେଉଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ଅଜା। ଉପାସନାଙ୍କ ବାପା ତଥା କଂଗ୍ରେସ ନେତା ଥିବା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର) ତାଙ୍କ (ନାରାୟଣ ସାହୁଙ୍କ) ବଡ ଝିଅଙ୍କୁ ବିବାହ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News