Dailyhunt
ରାଜ୍ୟରେ ବିଜେଡି ଓ କଂଗ୍ରେସ ଖେଳ ଖତମ୍‌

ରାଜ୍ୟରେ ବିଜେଡି ଓ କଂଗ୍ରେସ ଖେଳ ଖତମ୍‌

ଭୁବନେଶ୍ୱର: ଭୁଲକୁ ସ୍ୱୀକାର କରିବାର ସତ୍‌ସାହସ ରଖନ୍ତୁ ନବୀନ। ଦଳକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର କଳା ଆଉ ନବୀନଙ୍କ ନିକଟରେ ନାହିଁ। ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ଅଭିଯୋଗ କରି ନବୀନ ପଟ୍ଟନାୟକ ତାଙ୍କର ଦୋଷ ଦୁର୍ବଳତାକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ନବୀନଙ୍କ ଅନୁଗତ ବିଧାୟକ ପଳ ଯେତେ ଚେଷ୍ଟା କଲେ ମଧ୍ୟ ନବୀନଙ୍କ ଦୋଷକୁ ଘୋଡ଼ାଇ ପାରିବେନି।

ନବୀନଙ୍କ ପ୍ରଥମ ଅପରାଧ ହେଉଛି ସନାତନ, ଅରବିନ୍ଦଙ୍କୁ ଦଳରୁ ବହିଷ୍କାର କରି କ୍ରସଭୋଟିଂକୁ ସୁଯୋଗ ଦେବା। ଦ୍ୱିତୀୟ ଅପରାଧ ହେଉଛି ଅପରାଧିକ ରେକର୍ଡଧାରୀଙ୍କ ବଂଶଜଙ୍କୁ ଦଳୀୟ ଟିକେଟ୍‌ ଦେଇ ଜିତାଇବା।

ତୃତୀୟ ଅପରାଧ ହେଉଛି ଭକ୍ତଦାସଙ୍କ ଉପରେ ଭରସା କରିବା। ଭକ୍ତଦାସଙ୍କ ଉପରେ ଗଭୀର ବିଶ୍ୱାସ କରିବାର ପରିଣାମ ନବୀନଙ୍କୁ ଭୋଗିବାକୁ ପଡ଼ିଲା। ନବୀନବାବୁ ଆଉ କେତେବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଭକ୍ତଦାସଙ୍କ କଥା ଓ କାମ ଉପରେ ଭରସା କରିବା ବୁଦ୍ଧିମାନର କାମ ହେବ କି ନା' ବୁଝିପାରିଥାନ୍ତେ। ସବୁ କଂଗ୍ରେସ ବିଧାୟକ ଯେ ଭକ୍ତଦାସଙ୍କ ପ୍ରତି ଅନୁଗତ; ଏ କଥା ନବୀନ ପଟ୍ଟନାୟକ ଟିକେ ପରଖି ନେବାର ଥିଲା। ଆଖିବୁଜି ଭକ୍ତଦାସଙ୍କୁ ବିଶ୍ୱାସ କରିବାର ଫଳ ଭୋଗିବାକୁ ପଡ଼ିଲା। ଖାଲି ସେତିକି ନୁହେଁ, ନିଜ ବିଧାୟକଙ୍କ ଉପରେ ମଧ୍ୟ ନବୀନଙ୍କର ଭରସା ନଥିଲା। ବିଚରା ଦତେଶ୍ୱର ବଳି ପଡ଼ିଗଲେ।

ବିଧାୟକଙ୍କୁ ଧରି ବେଙ୍ଗାଲୁରୁ ଚରେଇନେବାର କିଛି ଲାଭ ରହିଲାନି। ଖାୟା, ପିୟା, ଗ୍ଲାସ୍‌ ତୋଡା, ଫିରଭି ଭୋଟ ଦିଲ୍ଲୀପଙ୍କ ଔର ଗୟା। ୟା'ର ମାନେ କ'ଣ ବୁଝିବାକୁ ପଡ଼ିବ, ଭକ୍ତଦାସ ନବୀନଙ୍କୁ ଅପଦସ୍ତ କରିବା ପାଇଁ ଏତେସବୁ ଚାଲ କରିଥିଲେ। ତାରା ବାହିନୀପତି 'ଆମ ବିଧାୟକମାନେ ବୁଲି ଯାଇଛନ୍ତି' ବିଦ୍ରୁପ କରିବାର ମାନେ ଠିକ ସେଇଆ ଇଶାରା କରୁଥିଲା। ସୋଫିଆଙ୍କ କଟାକ୍ଷ କଂଗ୍ରେସ ବିଧାୟକଙ୍କ 'ମୁନି ଗୋଟିକେ ମତ ଗୋଟିଏ' ଭାବନାକୁ ବଳିଷ୍ଠ କରିଛି। ବିଜେଡି ଓ କଂଗ୍ରେସ ବିଧାୟକଙ୍କ ମାନସିକତାକୁ ଲକ୍ଷ୍ୟ କରି ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ମନ ବଳାଇବା ଆଦୌ ଭୁଲ ହୋଇନି।

ପବିତ୍ର ଝାମୁଯାତ୍ରା: ଦ୍ଵିତୀୟ…

"ଅପରେସନ ସାଇବର କବଚ"ରେ ଓଡ଼ିଶା…

ବେଙ୍ଗାଳୁରୁରେ ଭବ୍ୟ ଭାବେ ପାଳିତ…

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ…

ଘୋଡ଼ା ବେପାର ହେଉ କି ବିବେକାନୁମୋଦିତ ହେଉ, ଦିଲ୍ଲୀପ ରାୟ ନିର୍ବାଚନରେ ଜିତାପଟ ହାସଲ କରିବା କଥା ମାନିନିଅନ୍ତୁ ନବୀନ ଓ ଭକ୍ତ। ଦିଲ୍ଲୀପଙ୍କ ଜିତାପଟରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ରାଜ୍ୟରେ ଆଉ ବିଜେଡି ଓ କଂଗ୍ରେସ ବୋଲି କୌଣସି ଦଳ ନାହିଁ। ଉଭୟ ଦଳର ବିଧାୟକମାନେ ଏବେ ସଂପୂର୍ଣ୍ଣ ସ୍ୱାଧୀନ। ସେମାନଙ୍କ ମନମାନି ରୋକିବାରେ ନବୀନ ପଟ୍ଟନାୟକ ଓ ଭକ୍ତ ଦାସ ସଂପୂର୍ଣ୍ଣ ବିଫଳ। ଆଜିକାଲି ପୁଅଝିଅ ଉପରେ ମା'ବାପାଙ୍କର ହାକିମାତି ରହୁନି, ସେଠାରେ ନବୀନବାବୁ ଓ ଭକ୍ତବାବୁ ଦଳୀୟ ବିଧାୟକଙ୍କ ଉପରେ ହ୍ୱିପ୍‌ ଜାରି କରି ଭୋଟ ଦେବାକୁ ବାଧ୍ୟ କରୁଛନ୍ତି କୋଉ ସାହସରେ?

ସୂଚନାଯୋଗ୍ୟ, ମତଦାନ ସରିବା କ୍ଷଣି ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଶାସକ-ବିରୋଧି ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଥିଲା। ବିଧାୟକ ନବ ମଲ୍ଲିକଙ୍କୁ କେନ୍ଦ୍ର କରି ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଶୁଣିବାକୁ ମିଳିଥିଲା ଯେ ନବ ମଲ୍ଳିକ କ୍ରସ୍‌ ଭୋଟିଂ କରିଛନ୍ତି। କଡ଼ା ସୁରକ୍ଷା ବଳୟକୁ ଭେଦ କରି ଜଣେ ଅଣ ବିଧାୟକ ନବ ମଲ୍ଲିକଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ହେଲା, ନବ ପଇସା ନେଇଛନ୍ତି ମାନେ ଭୋଟ ଦେବେ।

ଦଳୀୟ ହ୍ୱିପକୁ ଅମାନ୍ୟ କରି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍‌ ଭୋଟିଂ କରିଥିବା କଥା କହିଛନ୍ତି ଭକ୍ତ ଦାସ। ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି। ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର କ୍ରସ୍‌ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି। ରାଜ୍ୟସଭାରେ କ୍ରସ୍‌ ଭୋଟିଂ ଏକ ଧରାବନ୍ଧା କଥା। ଦିଲ୍ଲୀପ ରାୟଙ୍କ ବିଜୟ ରାଜ୍ୟବାସୀଙ୍କୁ ଜଣାଇ ଦେଇଛି ଯେ ଗଣତାନ୍ତ୍ରିକ ପଦ୍ଧତିରେ ଯୋଉମାନେ ଭୋଟରଙ୍କ ଭୋଟ ବଳରେ ବଳୀୟାନ ହୋଇଥାନ୍ତି, ସେମାନେ ଲୋକଙ୍କ ସ୍ୱାର୍ଥ ପାଇଁ ଆଦୌ କାମ କରନ୍ତିନି, ବରଂ ବ୍ୟକ୍ତିଗତ ଫାଇଦା ପଛରେ ବାଇ ହୁଅନ୍ତି।

ଦିଲ୍ଲୀପ ରାୟଙ୍କ ସଂପର୍କରେ କିଛି ଲେଖିବା ଦରକାର ନାହିଁ। ତାଙ୍କ ଓଡ଼ିଶାପ୍ରେମ ଓ ଜନହିତକର କାମ ସାରା ଓଡ଼ିଶାବାସୀ ଜାଣିଛନ୍ତି। ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭାକୁ ପଠାଇ ନବୀନ ପଟ୍ଟନାୟକ ଚତୁର୍ଥ ଅପରାଧ କରିଛନ୍ତି। ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଜଣେ ବ୍ୟକ୍ତିକୁ ରାଜ୍ୟସଭାକୁ ପଠାଇ ନବୀନ ପଟ୍ଟନାୟକ ଯୋଉ ଅକ୍ଷମଣୀୟ ଅପରାଧ ଘଟାଇଛନ୍ତି; ତା'ର ପରିଣାମ ବିଜେଡିକୁ ଭୋଗିବାକୁ ପଡ଼ିବ।
କେବଳ ସେତିକି ନୁହେଁ ଦିଲ୍ଲୀପ ରାୟ, ସୁଜିତ କୁମାର ଓ ମନମୋହନ ସାମଲଙ୍କୁୁ ରାଜ୍ୟସଭାକୁ ପଠାଇ ବିଜେପି ନିଜକୁ ସାବାସି ଦେଉଛି; ମାତ୍ର ତା' ମୁହଁରେ ସେହି ଖୁସି ବେଶିଦିନ ରହିବନି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News