Dailyhunt
ବେଙ୍ଗାଳୁରୁରେ ଭବ୍ୟ ଭାବେ ପାଳିତ ହେବ ଉତ୍କଳ ଦିବସ

ବେଙ୍ଗାଳୁରୁରେ ଭବ୍ୟ ଭାବେ ପାଳିତ ହେବ ଉତ୍କଳ ଦିବସ

ବେଙ୍ଗାଳୁରୁ: ଓଡ଼ିଆ ସେବା ସମିତି ବେଙ୍ଗାଳୁରୁ (OSSB) ତରଫରୁ ଆସନ୍ତା ଉତ୍କଳ ଦିବସ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବେଙ୍ଗାଳୁରୁରେ ଉତ୍କଳ ଦିବସକୁ ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ ସମିତି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆସନ୍ତା ୫ ଏପ୍ରିଲ ୨୦୨୬ ତାରିଖରେ ଏହି ଉତ୍ସବ ବେଙ୍ଗାଳୁରୁର ରୋଶନ କଣ୍ଡିମେଣ୍ଟସ୍‌, ଜିକେଡବ୍ଲ୍ୟୁ ଲେଆଉଟ୍‌, ଶ୍ରୀ ରାମ ମନ୍ଦିର ନିକଟରେ, ପ୍ରଥମ ମେନ୍ ରୋଡ୍‌, ଡୋଡ୍ଡାନ୍ନା ଇଣ୍ଡଷ୍ଟ୍ରିଆଲ୍ ଏଷ୍ଟେଟ୍‌, ହେଗ୍ଗନହଲ୍ଲି, ବେଙ୍ଗାଳୁରୁ - ୫୬୦୦୫୮, କର୍ଣ୍ଣାଟକ ଠାରେ ଅନୁଷ୍ଠିତ ହେବ।

ବୃକ୍ଷ ଉପାସନାର ପର୍ବ

ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ…

ରାଜ୍ୟରେ ରେକର୍ଡ ଧାନ ସଂଗ୍ରହ: ୨୪…

ଧାନ ଉଠାଣ ଅବହେଳା ପ୍ରତିବାଦ:…

ଏହି ଅବସରରେ ବେଙ୍ଗାଳୁରୁ ସହ ଅନ୍ୟାନ୍ୟ ସ୍ଥାନରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ, ସମାଜସେବୀ ଓ ସଂଗଠନର ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହା ସହିତ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ "ଶ୍ରେଷ୍ଠ ବ୍ୟକ୍ତିତ୍ୱ ଆୱାର୍ଡ" ପ୍ରଦାନ କରାଯିବା ସହିତ ସମାଜରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ।

ଉତ୍ସବର ଅନ୍ୟତମ ଆକର୍ଷଣ ରୂପେ ଓଡ଼ିଆ ସଂସ୍କୃତି ଓ ପାରମ୍ପରିକତାକୁ ଉଜାଗର କରିବା ପାଇଁ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏହି ଉତ୍ସବରେ ବେଙ୍ଗାଳୁରୁରେ ବସବାସ କରୁଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଯୋଗଦେଇ ଉତ୍କଳ ଦିବସକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ଆହ୍ୱାନ କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News