Dailyhunt
ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ଛଟପଟ ପ୍ରସୂତୀ

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ଛଟପଟ ପ୍ରସୂତୀ

ନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଂଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ପ୍ରସୂତୀ ଲିମ୍ବେ ମାରି (୪୦)ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସ (ଓଡି୦୨ସିପି ୦୪୦୧) ସାରିଆପାଲି ପହଂଚିବା ପୂର୍ବରୁ ୧ କିମି ଦୂରରେ ଅଚଳ ହୋଇ ଅଟକି ଯାଇଥିଲା।

ଆସନ୍ନ ପ୍ରସବା ମହିଳା ଘରେ ପ୍ରସବ ବେଦନାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଛି।

ପବିତ୍ର ଝାମୁଯାତ୍ରା: ଦ୍ଵିତୀୟ…

"ଅପରେସନ ସାଇବର କବଚ"ରେ ଓଡ଼ିଶା…

ବେଙ୍ଗାଳୁରୁରେ ଭବ୍ୟ ଭାବେ ପାଳିତ…

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ…

ଅଚଳ ଆମ୍ବୁଲାନ୍ସ ବଦଳରେ ଅନ୍ୟ ଆମ୍ବୁଲାନ୍ସ ପଠାଇବାକୁ ୧୦୮ ନମ୍ୱରରେ ଫୋନ କରିବାରୁ ଭୁବନେଶ୍ୱରରୁ ପରିଚାଳକ ଆଉ ଡ୍ରାଇଭର କି ଗାଡ଼ି ନାହିଁ କହି କୌଣସି ୧୦୮ ଗାଡ଼ି ୫୦ କିମିରୁ ଅଧିକ ଦୂର ଯିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା କହିଛନ୍ତି। ଘଟଣା ସମ୍ପର୍କରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଅମିତ୍‌ କୁମାର ସାହୁ, ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଓ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ବିକଳ୍ପ ବ୍ୟବସ୍ଥା ନ ହେବାରୁ ଗ୍ରାମବାସୀ ପାଡୁଆ ଅଂଚଳରୁ ଏକ କମାଣ୍ଡର ଜିପ୍‌ ଡକାଇ ସେଥିରେ ପ୍ରସବାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଆଣୁଥିବା ସୂଚନା ମିଳିଛି। ଅନ୍ୟପଟେ ଅଧିକ୍ଷକ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଅନ୍ୟ ଏକ ଆମ୍ବୁଲାନ୍ସକୁ ସାରିଆପାଲି ପଠାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ପ୍ରସୂତୀ ସ୍ୱାସ୍ଥ୍ୟକେନ୍ଦ୍ର ପହଂଚି ନଥିବା ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News