Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସରକାରୀ ଡିସ୍‌ପ୍ଲେରୁ ବାଦ ସରକାରୀ କାର୍ଯ୍ୟକ୍ରମ

ସରକାରୀ ଡିସ୍‌ପ୍ଲେରୁ ବାଦ ସରକାରୀ କାର୍ଯ୍ୟକ୍ରମ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଅଂଚଳର ବିଭିନ୍ନ ଜନଗହଳି ସ୍ଥାନରେ ସରକାରୀ କାର୍ଯ୍ୟକ୍ରମ ସହ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ ଲଗାଯାଇଛି ବଡ ବଡ ଏଲ୍‌ଇଡି ସ୍କ୍ରିନ୍‌। ବୁଧବାର (ଏପ୍ରିଲ ୨୯) ଏଲ୍‌ଇଡି ସ୍କ୍ରିନ୍‌ରେ ସରକାରୀ କାର୍ଯ୍ୟକ୍ରମ ବଦଳରେ କାର୍ଟୁନ୍‌ ଓ ବିବାଦୀୟ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଯାହାକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଥାଉ କି, ପୌରପାଳିକା ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ୧୩ଟି ଏଲ୍‌ଇଡି ଲଗାଯାଇଥିବା ବେଳେ ସେଥିମଧ୍ୟରୁ କେତେକ ଅଚଳ ହୋଇଗଲାଣି। ଯେଉଁ ଏଲଇଡି ଚାଲୁଛି ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାନ୍ଧିଛକ ଠାରେ ଲାଗିଥିବା ସ୍କ୍ରିନ୍‌ରେ ଏକ ନିର୍ଦ୍ଦିଷ୍ଟ ଷ୍ଟାର୍‌ଙ୍କର କିଛି ଭିଡିଓ କ୍ଲିପ୍‌ ଓ କାର୍ଟୁନ୍‌ ପ୍ରଦର୍ଶିତ ହୋଇଥିବା ଜନସାଧାରଣ ଦେଖିଥିଲେ। ଏ ସଂପର୍କରେ ପୌର ଯନ୍ତ୍ରୀ ସୌମ୍ୟ ରଞ୍ଜନ ମିଶ୍ର ଅରାଜି। ସେହିପରି ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କୁ ପଚାରିବାରୁ ସେ କହିଥିଲେ ଏ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ। ତଥାପି ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ।

ବିଲକୁ ଖତ ନେଇଯାଇଥିଲେ, ବଜ୍ରପାତରେ…

ଜିତୁଙ୍କ ଆକାଉଂଟ୍‌କୁ ଆସିଲା ୧୦…

ଏଲ୍‌ଇଡି ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ହେଉଥିବା ବେଳେ ଏହାର କଂଟ୍ରୋଲ ରୁମ୍‌ କଟକରେ ରହିଥିବା ଜଣାପଡିଛି। ହ୍ୟାକ୍‌ କରି ଏସବୁ କାଣ୍ଡ କରାଯାଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ କଲେ ପ୍ରକୃତ କାରଣ ଜଣାପଡିବ ବୋଲି ସହରବାସୀ କହନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News