Dailyhunt
ଷଷ୍ଠ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ଷଷ୍ଠ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର: ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଟାଉନ ହଲ ଠାରେ ଅନ୍ଵେଷା କଳାକେନ୍ଦ୍ର ଏବଂ ପ୍ରେସିଡେନ୍ସି ମହାବିଦ୍ୟାଳୟ ମିଳିତ ସହଯୋଗରେ ୬ଷ୍ଠ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ସାମ୍ବାଦିକ ସଙ୍ଘର ସଭାପତି ଅଶୋକ କୁମାର ବ୍ରହ୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବିପ୍ର ଚରଣ ଭୂୟାଁ, ବ୍ରହ୍ମପୁର କଳାକାର ଏକତା ମଞ୍ଚର ସଭାପତି ଅନିଳ କୁମାର ପାତ୍ର, ପର୍ଯ୍ୟଟନ ଭାରତର ମୁଖ୍ୟ ନାରାୟଣ ମହାଙ୍କୁଡ, ସର୍ବ ଭାରତୀୟ ନାଟ୍ୟ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଖ୍ୟାତ ପ୍ଲେବ୍ୟାକ ସିଙ୍ଗର ପି.…

ସିଟିଜି ଫାଉଣ୍ଡେସନ'ର…

ଡି ଏନ ହାଇସ୍କୁଲ ୧୯୭୧ ମାଟ୍ରିକ…

ଜେନୋମ ଇଣ୍ଡିଆ ପ୍ରକଳ୍ପର ଶୁଭାରମ୍ଭ…

ସଭା କାର୍ଯ୍ୟରେ ଅନ୍ୱେଷା କଳାକେନ୍ଦ୍ରର ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସଂଯୋଜକ ଡ .ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ ଏକ ମିନଟ ନୀରବ ପ୍ରାର୍ଥନା ହୋଇଥିଲା ।

ଛତ୍ରପୁରର ପ୍ରଗତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁଧାଂଶୁ ଶତପଥୀ ଏବଂ ସାଥୀ ଚଢ଼େୟା ନୃତ୍ୟ କରିଥିବା ବେଳେ ଗଞ୍ଜାମ ଜ଼ିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କଦ୍ୱାରା ଦଳଗତ ଓଡିଶୀ, ଲୋକନୃତ୍ୟ ଏବଂ ଆଧୁନିକ ନୃତ୍ୟ ପରିବେଷଣ ହୋଇଥିବା ବେଳେ ସୁବାସ ମହାରଣା, ସୁଦିପ ସାହୁ, ସାର୍ଥକ ପାଢ଼ୀ, ସୁନୀଲ ବିଶ୍ୱାସ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମକୁB ସୁଶ୍ରୀ ଆଶିଷl ସାହୁ ସଂଯୋଜନା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News