Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ

ଭୁବନେଶ୍ୱର (ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ)ର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି । ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷ ଶ୍ରୀମତୀ ଉଷା ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି ।

ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ ଶିଳ୍ପ ପ୍ରକଳ୍ପ ପାଇଁ ୨୪ଟି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୧୩ଟି ଜମି ପ୍ରସ୍ତାବ ସାମିଲ ରହିଛି । ଏହି ଅନୁମୋଦନ ଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ।

ଜମି ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ଶୀଘ୍ର ଫଇସଲା ଇଡ୍‌କୋର ସମୟବଦ୍ଧ ନିଷ୍ପତ୍ତି ଗ୍ରହଣ, ସୁଦୃଢ଼ ଜମି ପରିଚାଳନା ଏବଂ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଶୀଘ୍ର ପ୍ରକ୍ରିୟାକରଣ ଓ ସମୟବଦ୍ଧ ଅନୁମୋଦନ ମାଧ୍ୟମରେ ବୃହତ ଶିଳ୍ପ ସହ ଉଦୀୟମାନ ଉଦ୍ୟୋଗ ଏବଂ ଏମ୍ ଏସ୍ ଏମ୍ ଇ ଗୁଡ଼ିକ ପାଇଁ ଏକ ଅଧିକ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ସୁଗମ ଶିଳ୍ପ ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି ।

କେବଳ ପ୍ରଶାସନିକ ଅନୁମୋଦନରେ ସୀମିତ ନ ରହି ପ୍ରକଳ୍ପଗୁଡ଼ିକର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ଇଡ୍‌କୋ ବିଶେଷ ଗୁରୁତ୍ୱ ଦେଉଛି । ଶ୍ରୀମତୀ ପାଢ଼ୀଙ୍କ ନେତୃତ୍ୱରେ ଖୋର୍ଦ୍ଧା, କଟକ ଓ କଳିଙ୍ଗନଗର ସମେତ ବିଭିନ୍ନ ରଣନୈତିକ ଶିଳ୍ପ କରିଡର ଏବଂ ଶିଳ୍ପାଞ୍ଚଳରେ ନିୟମିତ କ୍ଷେତ୍ର ପରିଦର୍ଶନ ଓ ସ୍ଥଳସ୍ତରୀୟ ସମୀକ୍ଷା କରାଯାଉଛି ।

ତୁରୁମୁଙ୍ଗା ସରସ୍ୱତୀ ଶିଶୁ…

ଦୃଶ୍ୟମ-୩ କୁ ନେଇ ବଡ ଖୁଲାସା

ଆସନ୍ତା ୫ଦିନ ପାଗ ଶୁଖିଲା

ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା…

ଏହି ପରିଦର୍ଶନ ସମୟରେ ଜମି ଉନ୍ନୟନ ଓ ସମତଳୀକରଣ, ମାଷ୍ଟର ପ୍ଲାନିଂ, ବିଦ୍ୟୁତ ଓ ଜଳ ଯୋଗାଣ, ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ମାଲ ପରିବହନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଶିଳ୍ପ ଭିତ୍ତିଭୂମିର ସ୍ଥିତିକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରାଯାଉଛି । ଶିଳ୍ପାଞ୍ଚଳରେ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସହ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିମନ୍ତେ ସୁରକ୍ଷିତ, ସୁଗମ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତା ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

ପ୍ରଶାସନିକ ଅନୁମୋଦନ ଏବଂ ପ୍ରକଳ୍ପର ପ୍ରକୃତ କାର୍ଯ୍ୟାନ୍ୱୟନ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ଏହି କ୍ଷେତ୍ରସ୍ତରୀୟ ତଦାରଖର ମୁଖ୍ୟ ଉଦ୍ଦେଶ୍ୟ । ସ୍ଥଳସ୍ତରୀୟ ସମୀକ୍ଷା ମାଧ୍ୟମରେ ଭିତ୍ତିଭୂମି ସମ୍ପର୍କିତ ସମସ୍ୟା ଓ ଅଭାବଗୁଡ଼ିକୁ ତ୍ୱରିତ ଚିହ୍ନଟ କରାଯାଇ ସମ୍ପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକ ସହ ସମନ୍ୱୟରେ ସମୟବଦ୍ଧ ପଦକ୍ଷେପ ନିଆଯାଉଛି ।

ଦ୍ରୁତ ପ୍ରଶାସନିକ ଅନୁମୋଦନ ଓ ନିୟମିତ କ୍ଷେତ୍ରସ୍ତରୀୟ ତଦାରଖ , ଏହି ଦ୍ୱିମୁଖୀ ରଣନୀତିର ଲକ୍ଷ୍ୟ ହେଉଛି ଶିଳ୍ପ ଜମି ବଣ୍ଟନକୁ କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ଭାବେ ସୀମିତ ନ ରଖି ଏହାକୁ ବାସ୍ତବ ପୁଞ୍ଜିନିବେଶ, ନିଯୁକ୍ତି ସୃଷ୍ଟି ଓ ଦୀର୍ଘମିଆଦୀ ଅର୍ଥନୈତିକ ବିକାଶରେ ପରିଣତ କରିବା ।

ସୁଦୃଢ଼ ଜମି ପରିଚାଳନା, ଉନ୍ନତ ଶିଳ୍ପ ଭିତ୍ତିଭୂମି ଏବଂ ନିବେଶକ ସୁଗମତାକୁ ନିରନ୍ତର ପ୍ରାଥମିକତା ଦେଇ ଇଡ୍‌କୋ ଓଡ଼ିଶାକୁ ଏକ ଦ୍ରୁତଗତିଶୀଳ, ପ୍ରତିଯୋଗିତାମୂଳକ ଓ ନିବେଶ-ଅନୁକୂଳ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ବୃହତ ଶିଳ୍ପ ନିବେଶ ସହ ଏମ୍ ଏସ୍ ଏମ୍ ଇ କ୍ଷେତ୍ରର ବିସ୍ତାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ସମାବେଶୀ ଓ ଆଞ୍ଚଳିକ ଭାରସାମ୍ୟପୂର୍ଣ୍ଣ ଶିଳ୍ପ ବିକାଶକୁ ଅଧିକ ଗତି ମିଳିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News