Dailyhunt

ବିଶ୍ୱ ବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସମାଜ 4 days ago

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ ତାଲା ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ୨୦ ଦଫା ଦାବି ନେଇ ବିଶ୍ବବିଦ୍ୟାଳୟର ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ଦାବି ଅନୁଯାୟୀ, ଆଡ଼ିମିସନ୍ ଓ ରି- ଆଡମିସନ୍ କ୍ଷେତ୍ରରେ ସଂରକ୍ଷିତ ନିୟମ ଲାଗୁ କରାଯାଉ।

ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ମିଳି ନାହିଁ। ହଷ୍ଟେଲ ସୁବିଧା, ଆମ୍ବେଦକର ପ୍ରତିମୂର୍ତ୍ତୀ ଅତି ଶୀଘ୍ର ସ୍ଥାପନ କରିବା ଏମିତି ୨୦ ଦଫା ଦାବି କରି ଫାଟକ ଆଗରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ।

ଘାଇଲା କରୁଛି ଅଲ୍ଲୁଙ୍କ ନୂଆ ଲୁକ୍ ; ଫିଲ୍ମର ପୋଷ୍ଟର ଦେଖି ଦର୍ଶକଙ୍କ ବଢିଲା ଉତ୍କଣ୍ଠା

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia