Dailyhunt

ଉପରେ କାଠ ଗୋଲା ; ଭିତରେ ସିଲିଣ୍ଡର କଳାବଜାରୀ

ସମାଜ 3 weeks ago

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ଗ୍ୟାସ କାରବାର ବୁଧବାର ଧରାପଡ଼ିଛି। ଆଗରେ କାଠ ଗୋଲା ରଖି ଭିତରେ କରାଯାଉଥିଲା ସିଲିଣ୍ଡରର କଳାବଜାରୀ। ବୁଧବାର ଏକ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗ ଚଢାଉ କରିଛି। ଖୋର୍ଦ୍ଧା ସିଏସଓଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ପ୍ରାୟ ୮୦ ରୁ ଅଧିକ ସିଲିଣ୍ଡର ଜବତ ହୋଇଛି।

ଗୋଦାମ ଭିତରୁ ୧୦ଟି ଭର୍ତ୍ତି ଘରୋଇ ସିଲିଣ୍ଡର ସହ ୬୦ଟି ଖାଲି ବଡ ସିଲିଣ୍ଡର, ୧୭ଟି ୫ କେଜିଆ ଖାଲି ସିଲିଣ୍ଡର ଜବତ ହୋଇଛି। ଯୋଗାଣ ବିଭାଗ ଆସିବା ଜାଣି ମାଲିକ ଫେରାର ହୋଇ ଯାଇଥିବା ବେଳେ ଗୋଦାମକୁ ସିଲ୍ କରାଯାଇଛି। କିଏ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଜାରି ରହିଛି।

ଘାଇଲା କରୁଛି ଅଲ୍ଲୁଙ୍କ ନୂଆ ଲୁକ୍ ; ଫିଲ୍ମର ପୋଷ୍ଟର ଦେଖି ଦର୍ଶକଙ୍କ ବଢିଲା ଉତ୍କଣ୍ଠା

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia