Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଅଭିନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ୨୮ ଲକ୍ଷ ଠକେଇ ଅଭିଯୋଗ

Yuva Samay 5 days ago

ଭୁବନେଶ୍ୱର,20/05: ପ୍ରେମ ସମ୍ପର୍କ, ଲିଭ୍-ଇନ୍ ଓ ଫିଲ୍ମ ନିର୍ମାଣ ନାଁରେ ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ଓଡ଼ିଆ ଅଭିନେତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଅଞ୍ଚଳର ରଶ୍ମିକାନ୍ତ ଭୂୟାଁ ।ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ ରିଲ୍ସ ମାଧ୍ୟମରେ ପୀଡ଼ିତା ଅଭିନେତ୍ରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପରିଚୟ ହୋଇଥିଲା ।

ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନେ ଭୁବନେଶ୍ୱରରେ ଲିଭ୍-ଇନ୍ ରିଲେସନସିପ୍‌ରେ ରହୁଥିଲେ ।
ଅଭିଯୋଗ ଅନୁଯାୟୀ, ରଶ୍ମିକାନ୍ତ ପୀଡ଼ିତାଙ୍କଠାରୁ ଟଙ୍କା ନେଇ ଏକ ଫିଲ୍ମ ନିର୍ମାଣ କରିଥିଲେ । ସେହି ଫିଲ୍ମରେ ନିଜେ ହିରୋ ଭୂମିକାରେ ଅଭିନୟ କରିଥିବାବେଳେ ପୀଡ଼ିତାଙ୍କୁ ହିରୋଇନ୍ ଭାବେ ସୁଯୋଗ ଦେଇଥିଲେ । କିନ୍ତୁ ଫିଲ୍ମଟି ବ୍ୟବସାୟିକ ଭାବେ ବିଫଳ ହେବା ପରେ ପୀଡ଼ିତା ନିଜ ଟଙ୍କା ଫେରତ ଦାବି କରିଥିଲେ ।
ତେବେ ଅଭିଯୁକ୍ତ ଟଙ୍କା ଫେରାଇବାରେ ଟାଳଟୁଳ କରିବା ସହ ବିବାହ ପାଇଁ ମଧ୍ୟ ମନା କରିଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏହାପରେ ପୀଡ଼ିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାର କରି ମହିଳା ଥାନା ପୋଲିସ ମାମଲା ରୁଜୁ କରି ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

About the Author

Author

Post navigation
Previous: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ନିଶା ସେବନ ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ଶାଶୁଘର ଲୋକଙ୍କ କଥାରେ ନାହିଁ ସତ୍ୟତାNext: ଓଡ଼ିଆ ସିନେମା 'ଅନନ୍ତା' ହାତେଇ ନେଲା ସମସ୍ତ ମୁଖ୍ୟ ଅୱାର୍ଡ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay