Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଓଡ଼ିଆ ସିନେମା 'ଅନନ୍ତା' ହାତେଇ ନେଲା ସମସ୍ତ ମୁଖ୍ୟ ଅୱାର୍ଡ

Yuva Samay 5 days ago

ଭୁବନେଶ୍ୱର,୨୦/୦୫:ନିକଟରେ ଅନୁଷ୍ଠିତ ଅଠାବନତମ ବାଣୀଚିତ୍ର ଅୱାର୍ଡରେ ଓଡ଼ିଆ ସିନେମା 'ଅନନ୍ତା' ବାଜିମାତ କରିଛି। ଏହି ସିନେମାଟି ପାଖାପାଖି ସମସ୍ତ ମୁଖ୍ୟ ଅୱାର୍ଡକୁ ନିଜ ନାମରେ କରିନେଇଛି। ବିଶେଷ ଭାବରେ, ଅନନ୍ତା ଚରିତ୍ରରେ ଅଭିନୟ କରିଥିବା ସବ୍ୟସାଚୀ ମିଶ୍ର ଶ୍ରେଷ୍ଠ ଅଭିନେତା, ସିନେମାର ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ର ଓ କୁମାର ସି ଦେବ ଶ୍ରେଷ୍ଠ ନିର୍ଦ୍ଦେଶକ, ଏବଂ 'ଆମରା ମ୍ୟୁଜିକ', 'ସବ୍ୟସାଚୀ ଫିଲ୍ମସ୍' ଓ 'ଶିବାନ୍ସ ଫିଲ୍ମସ୍' ମିଳିତ ଭାବରେ ଶ୍ରେଷ୍ଠ ସିନେମାର ଅୱାର୍ଡ ହାସଲ କରିଛନ୍ତି।

ଏହି ଅୱାର୍ଡଟିକୁ ପ୍ରଯୋଜନା ସଂସ୍ଥା ତରଫରୁ ସୁରଜ ମହନତ ଗ୍ରହଣ କରିଥିଲେ। ଏହାଛଡ଼ା, ସିନେମାରେ ମା (ଦେବକୀ ଗଉଡୁଣୀ) ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡାଙ୍କୁ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ ଏବଂ ଲେଖାକ ନିର୍ମଳ ନାୟକଙ୍କୁ ଶ୍ରେଷ୍ଠ ଲିରିସିଷ୍ଟ୍ ର ଅୱାର୍ଡରେ ସମ୍ମାନିତ କରାଯାଇଛି।
ଏହି ସଫଳତା ଅନନ୍ତା ଟିମ୍ ପାଇଁ ଏକ ବହୁତ ଖୁସି ଓ ଆନନ୍ଦର ଲହରି ନେଇଆସିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏକ ଓଡ଼ିଆ କ୍ଲାସିକକୁ ନେଇ କମର୍ଶିୟାଲ ଫିଲ୍ମ କରିବାର ରିସ୍କ ନେବା ପରେ, ଏହାକୁ ଦର୍ଶକଙ୍କର ଆଦୃତି ସହ କମର୍ଶିୟାଲ ସଫଳତା ପାଇଲା ପରେ, ଜୁରି ଏବଂ କ୍ରିଟିକମାନଙ୍କର ପସନ୍ଦ ଅନୁସାରେ ଶ୍ରେଷ୍ଠ ଅୱାର୍ଡ ମିଳିବା, ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ଶୁଭ ସଂକେତ। ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚା ହେଉଛି ଯେ ଏହି ସଫଳତା ଆଗାମୀ ଦିନରେ ଅନେକ କ୍ଲାସିକକୁ କମର୍ଶିୟାଲ ରୂପ ଦେବା ପାଇଁ ନୂଆ ପିଢିର ସିନେମାକାର ଓ ନିର୍ମାତା ମାନଙ୍କୁ ବହୁତ ପ୍ରେରଣା ଯୋଗାଇବ।

About the Author

Author

Post navigation
Previous: ଅଭିନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ୨୮ ଲକ୍ଷ ଠକେଇ ଅଭିଯୋଗNext: ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay